ହୋଟେଲ,ଲଜ୍ ଓ ଗେଷ୍ଟ ହାଉସ୍ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର: ହୋଟେଲ,ଲଜ୍ ଓ ଗେଷ୍ଟ ହାଉସ୍ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଏନେଇ ସବୁ ଜିଲ୍ଲା ଏସପି ଓ ଡିସିପିଙ୍କୁ ପୋଲିସ ଡିଜି ଆର.ପି. ଶର୍ମା ଚିଠି କରିଛନ୍ତି। ଚିଠିରେ ଉଲ୍ଲେଖ ରହିଛି, ହୋଟେଲରେ ରହୁଥିବା ସବୁ ଅତିଥିଙ୍କ ସଠିକ୍ ପରିଚୟ ଜରୁରୀ। କାହା ପ୍ରତି ସନ୍ଦେହ ହେଲେ ତୁରନ୍ତ ପୋଲିସକୁ ଜଣାଇବାକୁ କୁହାଯାଇଛି । ଏହା ସହ ହୋଟେଲର ସବୁ ଅତିଥି ତାଲିକା ଥାନାରେ ଦୈନିକ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ହୋଟେଲ, ଲଜ୍‌ରେ […]

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 02:04 PM IST

ଭୁବନେଶ୍ୱର: ହୋଟେଲ,ଲଜ୍ ଓ ଗେଷ୍ଟ ହାଉସ୍ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଏନେଇ ସବୁ ଜିଲ୍ଲା ଏସପି ଓ ଡିସିପିଙ୍କୁ ପୋଲିସ ଡିଜି ଆର.ପି. ଶର୍ମା ଚିଠି କରିଛନ୍ତି। ଚିଠିରେ ଉଲ୍ଲେଖ ରହିଛି, ହୋଟେଲରେ ରହୁଥିବା ସବୁ ଅତିଥିଙ୍କ ସଠିକ୍ ପରିଚୟ ଜରୁରୀ। କାହା ପ୍ରତି ସନ୍ଦେହ ହେଲେ ତୁରନ୍ତ ପୋଲିସକୁ ଜଣାଇବାକୁ କୁହାଯାଇଛି ।

ଏହା ସହ ହୋଟେଲର ସବୁ ଅତିଥି ତାଲିକା ଥାନାରେ ଦୈନିକ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ହୋଟେଲ, ଲଜ୍‌ରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଗେଜ୍ ସ୍କାନର, ଭେଇକିଲ୍ ସ୍କାନର ଲଗାଇବାକୁ  କୁହାଯାଇଛି।  ସବୁ ହୋଟେଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିବା ଜରୁରୀ। ହୋଟେଲର ସବୁ କର୍ମଚାରୀଙ୍କ ତାଲିକା ଥାନାରେ ଦାଖଲ ନିର୍ଦ୍ଦେଶ ଦିଆଯାଇଛି।

Related story