ଟୁଇନ୍ ସିଟିରେ ରାତି ୮ରୁ ନାଇଟ୍ କର୍ଫ୍ୟୁ, ବାଣ ବିକ୍ରି ବି ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ମାମଲା ରାଜ୍ୟରେ ହ୍ରାସ ପାଉଥିଲେ ମଧ୍ୟ ରାଜ୍ୟ ସରକାର ପୁଣିଥରେ କଟକ ଓ ଭୁବନେଶ୍ୱରରେ ରାତି ୮ଟାରୁ  ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ସମଗ୍ର ରାଜ୍ୟର ସହରାଂଚଳରେ ନାଇଟ୍ କର୍ଫ୍ୟୁ ଆସନ୍ତା ନଭେମ୍ବର ୧ତାରିଖ ପର୍ଯ୍ୟନ୍ତ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିବାବେଳେ କେବଳ ଟୁଇନ୍ ସିଟିରେ ଅକ୍ଟୋବର ୧୧ରୁ ୨୦ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ। ଏହାସହିତ ପାର୍ବଣ ମାସରେ ରାଜ୍ୟ […]

Guideline

Guideline

Ordigital Desk
  • Published: Thursday, 30 September 2021
  • Updated: 30 September 2021, 07:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ମାମଲା ରାଜ୍ୟରେ ହ୍ରାସ ପାଉଥିଲେ ମଧ୍ୟ ରାଜ୍ୟ ସରକାର ପୁଣିଥରେ କଟକ ଓ ଭୁବନେଶ୍ୱରରେ ରାତି ୮ଟାରୁ  ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ସମଗ୍ର ରାଜ୍ୟର ସହରାଂଚଳରେ ନାଇଟ୍ କର୍ଫ୍ୟୁ ଆସନ୍ତା ନଭେମ୍ବର ୧ତାରିଖ ପର୍ଯ୍ୟନ୍ତ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିବାବେଳେ କେବଳ ଟୁଇନ୍ ସିଟିରେ ଅକ୍ଟୋବର ୧୧ରୁ ୨୦ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ। ଏହାସହିତ ପାର୍ବଣ ମାସରେ ରାଜ୍ୟ ତମାମ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି ହୋଇଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଅକ୍ଟୋବର ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କହିଛନ୍ତି ଯେ, ଧାର୍ମିକ ସମାରୋହ ପାଳନରେ କଟକଣା ରହିନଥିବାରୁ ଲୋକ ଏକଜୁଟ ହେଉଛନ୍ତି ଓ ତାହା ଦେଶର କେତେକ ସ୍ଥାନରେ ସଂକ୍ରମଣ ହାରକୁ ବୃଦ୍ଧି କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଲୋକଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଚଳିତ ପୂଜା ଓ ପାର୍ବଣରେ କେତେକ କଟକଣା ଜାରି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ପୂଜାରେ ଲୋକଙ୍କ ଏକଜୁଟ ଯୋଗୁ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରି ଗାଇଡଲାଇନ୍ ଜାରି କରିଛନ୍ତି।

ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ନଭେମ୍ବର ୧ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ନୂଆ କୋଭିଡ୍ କଟକଣା ଜାରି କରିଛନ୍ତି। ରାଜ୍ୟ ତମାମ କେଉଁଠିବି ସାପ୍ତାହିକ ସଟଡାଉନ୍ ଲାଗୁ ହେବ ନାହିଁ। ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଚାଲିଥିଲେ ମଧ୍ୟ ମାତ୍ର ରାଜ୍ୟର ସହରାଂଚଳରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ମାତ୍ର କଟକ ଓ ଭୁବନେଶ୍ୱରରେ ଏହି ନାଇଟ୍ କର୍ଫ୍ୟୁ ଅକ୍ଟୋବର ୧୧ରୁ ୨୦ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ । ତେବେ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଦୋକାନ, ମଲ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ରାଜ୍ୟବ୍ୟାପୀ ଖୋଲା ରହିବ। ସମସ୍ତ ପ୍ରକାରର ଧାର୍ମିକ ସମାରୋହ, ଉତ୍ସବ ପାଳନ ଉପରେ କଟକଣା ବଳବତ୍ତର ରହିବ । ଆଗକୁ ଦୀପାବଳି ଆସୁଥିବାବେଳେ ସରକାର ଚଳିତ ପାର୍ବଣ ଋତୁରେ ବାଣ ବିକ୍ରି ଓ ଫୁଟାଇବା ଉପରେ ରାଜ୍ୟବ୍ୟାପୀ କଟକଣା ଜାରି କରିଛନ୍ତି।

ଏହି ନାଇଟକର୍ଫ୍ୟୁ ସମୟରେ ସମସ୍ତ ପ୍ରକାରର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। କେବଳ ଔଷଧ ଦେକାନ, ଚଷମା ଦେକାନ ଆଦି ଖୋଲା ରହିବ । ଖାଦ୍ୟ ସାମଗ୍ରୀର ହୋମ୍ ଡେଲିଭରି ପାଇଁ ଅନୁମତି ରହିବ । କୋଭିଡ୍ ପରୀକ୍ଷା, କୋଭିଡ୍ ଟିକା କେନ୍ଦ୍ରକୁ ଯିବା ସମେତ ସମସ୍ତ ପ୍ରକାରର ଘରୋଇ ଓ ସରକାରୀ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ସେବା ପାଇଁ ଅନୁମତି ମିଳିବ । ଘରୋଇ ଚାରିଚକିଆ ଓ ଦୁଇଚକିଆ ଯାନ ଚଳାଚଳ, ଅଟୋ ରିକ୍ସା ଓ କ୍ୟାବ୍ ସର୍ଭିସ ଆଦିକୁ ବସଷ୍ଟାଣ୍ଡ, ରେଳଷ୍ଟେସନ, ଏୟାରପୋର୍ଟ କୁ ନେବା ଆଣିବା ନିମନ୍ତେ ଅନୁମତି ମିଳିବ । ନାଇଟ୍ କର୍ଫ୍ୟୁ ସମୟରେ ଭୁବନେଶ୍ୱର ଓ କଟକର ପୁଲିସ କମିଶନର, ମହାନଗର ନିଗମ କମିଶନର ଅବା ଜିଲ୍ଲାପାଳ ଚାହିଁଲେ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଅତିରିକ୍ତ ପ୍ରତିଷେଧକ ପଦକ୍ଷେପ ନେଇପାରିବେ ବୋଲି ଏସଆରସି କହିଛନ୍ତି।

ଏସବୁ ବ୍ୟତୀତ ରାଜ୍ୟ ସରକାର ପୂର୍ବରୁ ଜାରି କରିଥିବା ଧାର୍ମିକ,ରାଜନୀତିକ ଓ ସାମାଜିକ ସମାରୋହ ଉପରେ କଟକଣା ପୂର୍ବବତ୍ ବଳବତ୍ତର ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ସାନିଟାଇଜେସନ୍ ଭଳି କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିୟମକୁ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ଓ ବିପର୍ଯ୍ୟୟ ପରିଚାଳନା ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହେବା ସହ ଦଣ୍ଡର ପ୍ରାବଧାନ ରହିଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story