ଗୁମୁଡ଼ୁମାହା ଗୁଳିକାଣ୍ଡରେ ଆହତ ଲୋଟ ଦିଗାଲ ପୁଣି ଗୁରୁତର

କନ୍ଧମାଳ: ଗତ ୮ ତାରିଖରେ କନ୍ଧମାଳ ଜିଲ୍ଲା ଗୁମୁଡ଼ୁମାହା ଗୁଳିକାଣ୍ଡ ଘଟଣାରେ ଆହତ ହୋଇଥିବା ଲୋଟ ଦିଗାଲ ଗତକାଲି ସନ୍ଧ୍ୟାରେ ପୁଣି ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତା’ପରେ ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଲୋଟ ଦିଗାଲଙ୍କୁ ଗତ ୯ ତାରିଖରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଦେହରୁ ଗୁଳି କଢ଼ାଯାଇଥିଲା। ସେ ସେଠାରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ […]

lota-digal

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 11:00 AM IST

କନ୍ଧମାଳ: ଗତ ୮ ତାରିଖରେ କନ୍ଧମାଳ ଜିଲ୍ଲା ଗୁମୁଡ଼ୁମାହା ଗୁଳିକାଣ୍ଡ ଘଟଣାରେ ଆହତ ହୋଇଥିବା ଲୋଟ ଦିଗାଲ ଗତକାଲି ସନ୍ଧ୍ୟାରେ ପୁଣି ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତା’ପରେ ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଲୋଟ ଦିଗାଲଙ୍କୁ ଗତ ୯ ତାରିଖରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଦେହରୁ ଗୁଳି କଢ଼ାଯାଇଥିଲା। ସେ ସେଠାରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ ଗତ ୨୬ ତାରିଖରେ ଗୁମୁଡୁମାହା ଗାଁରେ ହୋଇଥିବା ସାମୂହିକ ଶୁଦ୍ଧିକ୍ରିୟାରେ ସେ ଯୋଗ ଦେବାକୁ ଆସିଥିଲେ।

ସୂଚନାଯୋଗ୍ୟ, ଏହି ଗୁଳିକାଣ୍ଡ ଘଟଣାରେ ଗାଁର ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ରାଜ୍ୟ ସରକାର ଏହାର ଏସ୍‌ଆଇଟ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Related story