କେନ୍ଦୁଝର: କେନ୍ଦୁଝର ଲହଣ୍ଡାରେ ଗୁଣି ସନ୍ଦେହରେ ୬ ଜଣଙ୍କୁ ହତ୍ୟା ପରେ ଏହି ଗାଁ ଏବେ ଜନଶୂନ୍ୟ ହୋଇପଡ଼ିଛି। ଗିରଫଦାରୀ ଭୟରେ ଲୋକମାନେ ଗାଁ ଛାଡି ପଳାଇଛନ୍ତି। ଗାଁରେ ପୋଲିସ ଜଗି ରହିଛି। ତା’ସହ ପୋଲିସର ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ବଡବିଲ ଏସଡିପିଓ କହିଛନ୍ତି। ରବିବାର ରାତିରେ କେନ୍ଦୁଝର ଲହଣ୍ଡା ଗାଁ ମୁଣ୍ଡାସାହିରେ ଏହି ନାରକୀୟ ଘଟଣା ଘଟିଥିଲା। ଗୁଣି ସନ୍ଦେହରେ ଗାଁର ଗୁରୁ ମୁଣ୍ଡା, ତାଙ୍କ ପତ୍ନୀ ବୁଦ୍ଧିନୀ ମୁଣ୍ଡା, ଦୁଇ ପୁଅ ସୁନୀଲ ମୁଣ୍ଡା ଓ କୁଶନାଥ ମୁଣ୍ଡା ଏବଂ ଦୁଇ ଝିଅ ସମବାରୀ ମୁଣ୍ଡା ଓ ନମିତା ମୁଣ୍ଡାଙ୍କୁ ଦୃବୁର୍ତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସେପଟେ ଆକ୍ରମଣରେ ଆହତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ବାସୁଦେବପୁର ମେଡିକାଲ ଓ ଅନ୍ୟ ଜଣେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହଛି। ସେପଟେ ଏଭଳି ବିଭ-କାଣ୍ଡକୁ ରାଜ୍ୟ ପୋଲିସ ରେଡ୍ ଫ୍ଲ।ଗ ଶ୍ରେଣୀଭୁକ୍ତ କରିଛି। ଅତି ବର୍ବରୋଚିତ ହତ୍ୟାକାଣ୍ଡକୁ ଏଇ ଶ୍ରେଣୀରେ ରଖାଯାଇଥାଏ। ଏହା ଅନୁସାରେ ମାମଲା ରୁଜ୍ଜୁଠାରୁ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଓ କୋର୍ଟ ଶୁଣାଣି ପର୍ଯ୍ୟନ୍ତ ପୁରା ପ୍ରକ୍ରିୟା ତଦାରଖ କରିବ କ୍ରାଇମବ୍ରାଞ୍ଚ।