ଗୁରୁଦିବସକୁ କଳାଦିବସ ଭାବେ ପାଳିବ ବିଦ୍ୟାଳୟ ଶିକ୍ଷକ ମହାସଂଘ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ୨୫ଦିନ ହେଲା ଆନ୍ଦୋଳନରେ ବସିଥିବା ବିଦ୍ୟାଳୟ ଶିକ୍ଷକ ମହାସଂଘ (ଏସଟିଏଫଓ) ବ୍ଲକ‌ ଓ ଜିଲ୍ଲାସ୍ତରରେ ଗୁରୁଦିବସକୁ କଳାଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ।  ଗୁରୁଦିବସ ଦିନ ପ୍ରତ୍ୟେକ ବିଦ୍ୟାଳୟରୁ ଜଣେ ଜଣେ ପ୍ରତିନିଧି ଭୁବନେଶ୍ୱର ଆସି ଲୋୟର ପିଏମ‌ଜିର ଗାନ୍ଧୀମାର୍ଗରେ ଧାରଣା ଦେଇ କଳାଦିବସ ପାଳନ କରିବ ବୋଲି ଏସ‌ଟିଏଫ‌ଓର ମୁଖ୍ୟ ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ଏବଂ ସଭାପତି ପ୍ରକାଶ ଚନ୍ଦ୍ର ଜେନା ଏକ ପ୍ରେସ‌ ବିବୃତିରେ […]

teacher strike

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 04:18 PM IST

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ୨୫ଦିନ ହେଲା ଆନ୍ଦୋଳନରେ ବସିଥିବା ବିଦ୍ୟାଳୟ ଶିକ୍ଷକ ମହାସଂଘ (ଏସଟିଏଫଓ) ବ୍ଲକ‌ ଓ ଜିଲ୍ଲାସ୍ତରରେ ଗୁରୁଦିବସକୁ କଳାଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ।  ଗୁରୁଦିବସ ଦିନ ପ୍ରତ୍ୟେକ ବିଦ୍ୟାଳୟରୁ ଜଣେ ଜଣେ ପ୍ରତିନିଧି ଭୁବନେଶ୍ୱର ଆସି ଲୋୟର ପିଏମ‌ଜିର ଗାନ୍ଧୀମାର୍ଗରେ ଧାରଣା ଦେଇ କଳାଦିବସ ପାଳନ କରିବ ବୋଲି ଏସ‌ଟିଏଫ‌ଓର ମୁଖ୍ୟ ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ଏବଂ ସଭାପତି ପ୍ରକାଶ ଚନ୍ଦ୍ର ଜେନା ଏକ ପ୍ରେସ‌ ବିବୃତିରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୯ ତାରିଖରୁ  ବିଧାନସଭା ଆଗରେ ଧାରଣା ଦେଇଛି ବିଦ୍ୟାଳୟ ଶିକ୍ଷକ ମହାସଂଘ। ଅନ୍ୟପକ୍ଷରେ ଗତ ୧୦ ତାରିଖରୁ ସ୍କୁଲରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଥିଲା ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ।

Related story