ରାଜନୈତିକ ପଶାପାଲିରେ ଗୁରୁପ୍ରିୟା! ହୋଇପାରିବ ତ ଉଦ୍‌ଘାଟନ?

ମାଲକାନଗିରି (ଜିତେନ୍ଦ୍ର ବେଉରା): କେବେ ସରିବ ଗୁରୁପ୍ରିୟା ସେତୁ କାମ? ବାରମ୍ବାର ଡେଡ୍‌ଲାଇନ ଟପିବା ପରେ ଶେଷରେ କାମ ସରିଲା। ହେଲେ ସରିନାହିଁ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳବାସୀଙ୍କ ପ୍ରତୀକ୍ଷା। ଏବେ ରାଜନୀତିର ଚକ୍ରବ୍ୟୂହରେ ଯେମିତି ଫସି ଯାଇଛି ଗୁରୁପ୍ରିୟା ସେତୁର ଉଦ୍‌ଘାଟନ। ଚକମକିଆ ଅଲୁଅରେ ଝଲସୁଛି ଗୁରୁପ୍ରିୟା ସେତୁ। ଏହି ଟ୍ୱିଟରରେ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ଦେଖି ଖୁସି ହୋଇଯାଇଥିଲେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀ। ଭାବିଥିଲେ ଖୁବ୍ ଶୀଘ୍ର ଦୂର ହେବ ଦୁଃଖ। ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା […]

gupriya

Rakesh Mallick
  • Published: Wednesday, 27 June 2018
  • , Updated: 27 June 2018, 09:32 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): କେବେ ସରିବ ଗୁରୁପ୍ରିୟା ସେତୁ କାମ? ବାରମ୍ବାର ଡେଡ୍‌ଲାଇନ ଟପିବା ପରେ ଶେଷରେ କାମ ସରିଲା। ହେଲେ ସରିନାହିଁ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳବାସୀଙ୍କ ପ୍ରତୀକ୍ଷା। ଏବେ ରାଜନୀତିର ଚକ୍ରବ୍ୟୂହରେ ଯେମିତି ଫସି ଯାଇଛି ଗୁରୁପ୍ରିୟା ସେତୁର ଉଦ୍‌ଘାଟନ।

ଚକମକିଆ ଅଲୁଅରେ ଝଲସୁଛି ଗୁରୁପ୍ରିୟା ସେତୁ। ଏହି ଟ୍ୱିଟରରେ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ଦେଖି ଖୁସି ହୋଇଯାଇଥିଲେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀ। ଭାବିଥିଲେ ଖୁବ୍ ଶୀଘ୍ର ଦୂର ହେବ ଦୁଃଖ। ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା ବଦଳରେ ସେତୁ ଉପରେ ଆରାମରେ ଯାଆସ କରି ହେବ। ତେବେ ସେମାନଙ୍କ ଆଶା କେବେ ପୂରଣ ହେବ ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା। କାହିଁକି ନା ରାଜନୀତିର ପଶାପାଲିରେ ଫସିଯାଇଛି ଗୁରୁପ୍ରିୟା ସେତୁ। କାମ ସାରିବା ଡେଡ୍‌ଲାଇନ୍‌ ଭଳି ବାରମ୍ବାର ବଦଳୁଛି ଉଦ୍‌ଘାଟନ ତାରିଖ। କାମ ସରିବାର ଦେଢମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ସେତୁ ଉଦ୍‌ଘାଟନ କରୁନାହାନ୍ତି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ।

ଦୁଇଟି ପ୍ରସଙ୍ଗ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି। ଗୋଟିଏ ହେଲା କଂଗ୍ରେସର ବିରୋଧ। ଜିଲ୍ଲାବାସୀଙ୍କ ପ୍ରମୁଖ ୫ଟି ଦାବି ପୂରଣ ନକଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜୋରଦାର ବିରୋଧ କରିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ସେହି ଦୃଷ୍ଟିରୁ ସେତୁ ଉଦ୍‌ଘାଟନରେ ବିଳମ୍ବ ହେଉଥିବା କୁହାଯାଉଛି। ଦ୍ୱିତୀୟଟି ହେଲା ଥାର୍ଡ ପାର୍ଟି ଦ୍ୱାରା ସୁରକ୍ଷା ଯାଞ୍ଚ ନିର୍ମାଣଧୀନ ଅବସ୍ଥାରେ ଗୋଟିଏ ପିଲର ଦବିଯିବାରୁ କାମର ଗୁଣବତ୍ତା ନେଇ ଉଠିଥିଲା ପ୍ରଶ୍ନବାଚୀ। ସେ ଦୃଷ୍ଟିରୁ ଥାର୍ଡ ପାର୍ଟି ଦ୍ୱାରା କାମର ଯାଞ୍ଚ ହେବ ବୋଲି ସରକାର କହିଥିଲେ। ତେବେ ଏଯାଏଁ ଏହି ପ୍ରକ୍ରିୟା ସରିନାହିଁ। ତେଣୁ ଉଦ୍‌ଘାଟନରେ ବିଳମ୍ବ ହେଉଥିବା ସୂଚନା ମିଳିଛି।

ତେବେ ସେତୁର ଶେଷ ପର୍ଯ୍ୟାୟରେ ଲୋଡ୍ ଟେଷ୍ଟ କାମ ଚାଲିଛି। ଏହା ଆଉ ଦୁଇ ଦିନ ଲାଗିବ। ତେଣୁ ୨୯ ତାରିଖ ପରେ ସେତୁର ଉଦ୍‌ଘାଟନ କରାଯାଇପାରିବ ବୋଲି ଡିଜାଇନ ଇଂଜିନିୟର ଏନ୍.ସି. ପାଲ୍ କହିଛନ୍ତି।

Related story