ଗୁରୁପ୍ରିୟାକୁ ମାଓ ଭୟ, ଚାଲିଛି ୨୪ ଘଣ୍ଟିଆ ପହରା

ମାଲକାନଗିରି (ଓଡ଼ିଶା ରିପୋର୍ଟର): ବଣପାହାଡ଼ ଘେରା ଅଗମ୍ୟ ଅଞ୍ଚଳର ଘନ ଅନ୍ଧକାର ରାତି। ଚାରିଆଡେ ନିଗାଢ଼ ନୀରବତା। ତାରି ଭିତରେ ଛାତିକୁ ଦମ୍ଭ କରି ସଜାଗ ହୋଇ ଛିଡ଼ା ହୋଇଛନ୍ତି ବିଏସଏଫ୍ ଯବାନ। କାରଣ ପାଦେ ପାଦେ ଲାଲ୍‌ହୀନିର ବିପଦ। ବିଳମ୍ବିତ ରାତିରେ ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁକୁ ଜଗି ରହିଛନ୍ତି ଯବାନ। ମାଓବାଦୀଙ୍କ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ଜଗି ରହିଛନ୍ତି ବିଏସ୍ଏଫ୍ ଯବାନ। କିଏ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ତ […]

gurupriya in danger zone1

Rakesh Mallick
  • Published: Wednesday, 06 June 2018
  • , Updated: 06 June 2018, 09:49 PM IST

ମାଲକାନଗିରି (ଓଡ଼ିଶା ରିପୋର୍ଟର): ବଣପାହାଡ଼ ଘେରା ଅଗମ୍ୟ ଅଞ୍ଚଳର ଘନ ଅନ୍ଧକାର ରାତି। ଚାରିଆଡେ ନିଗାଢ଼ ନୀରବତା। ତାରି ଭିତରେ ଛାତିକୁ ଦମ୍ଭ କରି ସଜାଗ ହୋଇ ଛିଡ଼ା ହୋଇଛନ୍ତି ବିଏସଏଫ୍ ଯବାନ। କାରଣ ପାଦେ ପାଦେ ଲାଲ୍‌ହୀନିର ବିପଦ। ବିଳମ୍ବିତ ରାତିରେ ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁକୁ ଜଗି ରହିଛନ୍ତି ଯବାନ। ମାଓବାଦୀଙ୍କ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ଜଗି ରହିଛନ୍ତି ବିଏସ୍ଏଫ୍ ଯବାନ। କିଏ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ତ ଆଉ କାହା ହାତରେ ବାଇନାକୁଲାର ଓ ଓ୍ୱାକିଟକି। ଲାଲ୍‌ହାନୀର ଯେ କୌଣସି ମନ୍ଦ ଉଦ୍ଦେଶ୍ୟକୁ ଭଣ୍ଡୁର କରିବା ଲାଗି ହୋଇଛି ୨୪ ଘଣ୍ଟିଆ ପହରା ବ୍ୟବସ୍ଥା। ସୁରକ୍ଷା ଷ୍ଟ୍ରାଟେଜି ଅନ୍ତର୍ଗତ ସେତୁର ଉଭୟ ପାର୍ଶ୍ୱରେ ରହିଛି ବିଏସ୍ଏଫ୍ କ୍ୟାମ୍ପ। ହାଇମ୍ୟାକ୍ସ ଆଲୋକରେ ସମଗ୍ର ସେତୁ ଅଞ୍ଚଳକୁ ଆଲୋକିତ କରାଯାଇଛି। ତା’ସହିତ ସେତୁ ଉପରେ ନଜର ରଖିଛି ସିସି ଟିଭି।

ମାଲକାନଗିରି ଚିତ୍ରକୋଣ୍ଡା ଲାଇଫଲାଇନ ଗୁରୁପ୍ରିୟା ସେତୁ ଫିଟିଲେ ବିଚ୍ଛିନ୍ନାଞ୍ଚଳକୁ କେବଳ ବାଟ ଫିଟିବ ନାହିଁ। ଏହି ଅଞ୍ଚଳର ଆର୍ଥିକ ବିକାଶ ଲାଗି ରାସ୍ତା ଖୋଲିବ। ୧୫୧ ଗାଁର ୩୦ ହଜାରରୁ ଅଧିକ ଲୋକଙ୍କ ପାଇଁ ସୃଷ୍ଟି ହେବ ନୂଆ ସୁଯୋଗ ଓ ନୂଆ ସମ୍ଭାବନା। ତେବେ ଟଳଟଳ ହେବ ଲାଲ୍‌ଗଡ଼। ଗମନାଗମନରେ ବାଧା ଦୃଷ୍ଟିରୁ ମାଓ ନିପାତ ଅଭିଯାନକୁ ଜୋରଦାର କରିପାରୁନାହାନ୍ତି ସୁରକ୍ଷାକର୍ମୀ। ମାତ୍ର ସେତୁ ଉପରେ ଯାନବାହନ ଯାଆସ କଲେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନେବା ଆଣିବା ସହ ଏହି ଅଞ୍ଚଳରେ ଅପରେସନକୁ ତ୍ୱରାନ୍ୱିତ କରାଯାଇପାରିବ। ନିଜ ଗଡ଼ ହୋଇଥିବାରୁ ବିଚ୍ଛିନ୍ନାଞ୍ଚଳକୁ ସେତୁ ନିର୍ମାଣକୁ ମୂଳରୁ ବିରୋଧ କରିଆସୁଛନ୍ତି ମାଓବାଦୀ। ସେତୁ ନିର୍ମାଣ ନକରାଇବା ଦେବା ପାଇଁ ସେମାନେ ବାରମ୍ବାର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲେ। ତେବେ ବିଏସ୍ଏଫ୍‌ କଡ଼ା ପହରା ପରେ ପାଶା ପଲଟି ଯାଇଛି।

Related story