ହାଡଭଙ୍ଗା ଶୀତରେ ଥରୁଛି ଓଡ଼ିଶା, ୧୦ ସହର ତାପମାତ୍ରା ୧୦ଡିଗ୍ରୀ ତଳେ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ। ସୋମବାର ରାଜ୍ୟର ୧୦ଟି ସହରରେ ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀ ଓ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ର ୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ର ୭ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୭.୯ ଓ ଭବାନୀପାଟଣାରେ ୮.୨ ଡିଗ୍ରୀ ରେକର୍ଡ କରାଯାଇଛି। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିଥିଲା। ଆଜି ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳକୁ ରହିଥିବା ଅନ୍ୟ […]

coldwave

Rakesh Mallick
  • Published: Monday, 28 December 2015
  • , Updated: 29 December 2015, 03:07 AM IST

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ। ସୋମବାର ରାଜ୍ୟର ୧୦ଟି ସହରରେ ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀ ଓ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ର ୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ର ୭ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୭.୯ ଓ ଭବାନୀପାଟଣାରେ ୮.୨ ଡିଗ୍ରୀ ରେକର୍ଡ କରାଯାଇଛି। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିଥିଲା। ଆଜି ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳକୁ ରହିଥିବା ଅନ୍ୟ ସ୍ଥାନଗୁଡ଼ିକ ହେଲା ଟିଟଲାଗଡ(୯.୫), କେନ୍ଦୁଝର (୮.୪), ଅନୁଗୋଳ (୯.୨), ଝାରସୁଗୁଡ଼ା (୯.୦)। ସେହିପରି ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୧୧.୪, କଟକରେ ୧୨.୦, ପାରାଦୀପରେ ୧୪.୨, ଭୁବନେଶ୍ୱରରେ ୧୨.୬, ଗୋପାଳପୁରରେ ୧୪.୩, ପୁରୀରେ ୧୪.୬, ବାରିପଦାରେ ୧୦.୫, ସମ୍ବଲପୁରରେ ୧୦.୩, ତାଳଚେରରେ ୧୨.୦, ବଲାଙ୍ଗିରରେ ୧୧.୨, ମାଲକାନଗିରିରେ ୧୩.୨ ଓ ଢେଙ୍କାନାଳରେ ୧୦.୫ ଡିଗ୍ରୀ ତାପମାତ୍ରା ରହିଛି।

ଆଞ୍ଚଳିକ ପାଣିପାଗ କାର୍ଯ୍ୟଳୟ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଜାନୁୟାରୀ ୪ରୁ୫ ତାରିଖ ପର୍ଯ୍ୟାନ୍ତ ରାଜ୍ୟରେ ଶୀତର ଲହରୀ ଏଭଳି ଜାରି ରହିବ। ପ୍ରତିଦିନ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ତାପମାତ୍ରାରେ ୧ରୁ ୨ ଡିଗ୍ରୀ ଫରକ୍ ରହିବ। ଶୀତର ପ୍ରକୋପ ପବନର ପ୍ରବାହ ଉପରେ ନିର୍ଭର କରିବ।

Related story