୨ଦିନ ତଳେ ନିଖୋଜ ଥିଲେ ମହିଳା, ଆଜି ମିଳିଲା ଅର୍ଦ୍ଧ ଦଗ୍ଧ ମୃତଦେହ

ଯାଜପୁର(ଓଡ଼ିଶା ରିପୋର୍ଟର): ଦୁଇ ଦିନ ତଳେ ନିଖୋଜ ଥିବା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ କିଆବୁଦା ନିକଟରୁ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ସୁନାରୀ ଗାଁ ନିକଟରେ। ମୃତ ମହିଳା ଜଣଙ୍କ ହେଲେ ଉପେନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ଗୀତାଞ୍ଜଳି। ସୂଚନା ମୁତାବକ, ଗୀତାଞ୍ଜଳି ୧୬ବର୍ଷ ତଳେ ବାରବାଟୀ ବାଙ୍କସାହି ଗାଁର ସୁରେନ୍ଦ୍ର ଦାଶଙ୍କୁ ବିବାହ କରିଥିଲେ। ୫ରୁ୬ବର୍ଷ ହେବ ଗୀତାଞ୍ଜଳି ପାରିବାରିକ କଳହ ଯୋଗୁ ନିଜର […]

deadbody

Tapaswini Nayak
  • Published: Thursday, 14 July 2022
  • , Updated: 14 July 2022, 03:03 PM IST

ଯାଜପୁର(ଓଡ଼ିଶା ରିପୋର୍ଟର): ଦୁଇ ଦିନ ତଳେ ନିଖୋଜ ଥିବା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ କିଆବୁଦା ନିକଟରୁ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ସୁନାରୀ ଗାଁ ନିକଟରେ। ମୃତ ମହିଳା ଜଣଙ୍କ ହେଲେ ଉପେନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ଗୀତାଞ୍ଜଳି।

ସୂଚନା ମୁତାବକ, ଗୀତାଞ୍ଜଳି ୧୬ବର୍ଷ ତଳେ ବାରବାଟୀ ବାଙ୍କସାହି ଗାଁର ସୁରେନ୍ଦ୍ର ଦାଶଙ୍କୁ ବିବାହ କରିଥିଲେ। ୫ରୁ୬ବର୍ଷ ହେବ ଗୀତାଞ୍ଜଳି ପାରିବାରିକ କଳହ ଯୋଗୁ ନିଜର ଏକମାତ୍ର ଝିଅକୁ ଧରି ବାପଘରେ ଆସି ରହୁଥିଲେ। ବାପଘରେ ରହିବା ପରେ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ମଙ୍ଗଳବାର ହଠାତ ସେ ଘରୁ କୁଆଡେ ଚାଲିଯାଇଥିଲେ। ଏନେଇ ଗୀତାଞ୍ଜଳିଙ୍କ ଭାଇ ସୌମ୍ୟରଂଜନ ଧର୍ମଶାଳା ଥାନାରେ ଗତକାଲି ଅଭିଯୋଗ କରିଥିଲେ।

ଆଜି ସକାଳେ ଘର ଠାରୁ କିଛି ଦୂରରେ ଥିବା ଏକ କିଆ ବୁଦା ମୂଳରୁ ଗୀତାଞ୍ଜଳିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ଧର୍ମଶାଳା ପୁଲିସ ପହଞ୍ଚି  ମୃତଦେହକୁ ଜବତ କରିବା ସହ  ଘଟଣାର  ତଦନ୍ତ ଚଳାଇଛି।

ଗୀତାଞ୍ଜଳିଙ୍କ ମୃତଦେହ ପାଖରେ ପ୍ଲାଷ୍ଟିକ ଜାର ପଡ଼ିଥିବା ବେଳେ ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Related story