ଭିନ୍ନକ୍ଷମ ଝିଅକୁ ବି ଛାଡ଼ିଲେ ନାହିଁ...

ରାଇରଙ୍ଗପୁର (ଓଡ଼ିଶା ରିପୋର୍ଟର): ମରିଗଲା ମାନବିକତା। ନିଜର କାମନା ଓ ବାସନାକୁ ଚରିତାର୍ଥ କରିବା ପାଇଁ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଛାଡ଼ିଲେ ନାହିଁ। ଘରେ ଏକାକୀ ଥିବା ବେଳେ ଦୁଇ ଯୁବକ ତାଙ୍କୁ(ଦିବ୍ୟାଙ୍ଗ) ଗଣଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏପରି ସମ୍ୱେଦନଶୀଳ ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଘଟିଛି। ଗତ ୨୭ ତାରିଖରେ ସନ୍ଧ୍ୟା ବେଳେ ଘରେ କେହି ନଥିଲେ। ଦିବ୍ୟାଙ୍ଗ (ମୂକ ଓ ବଧିର) ଯୁବତୀ ଜଣକ ଘରେ […]

rape-1

Rakesh Mallick
  • Published: Monday, 29 January 2018
  • , Updated: 29 January 2018, 06:03 PM IST

ରାଇରଙ୍ଗପୁର (ଓଡ଼ିଶା ରିପୋର୍ଟର): ମରିଗଲା ମାନବିକତା। ନିଜର କାମନା ଓ ବାସନାକୁ ଚରିତାର୍ଥ କରିବା ପାଇଁ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଛାଡ଼ିଲେ ନାହିଁ। ଘରେ ଏକାକୀ ଥିବା ବେଳେ ଦୁଇ ଯୁବକ ତାଙ୍କୁ(ଦିବ୍ୟାଙ୍ଗ) ଗଣଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏପରି ସମ୍ୱେଦନଶୀଳ ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଘଟିଛି।

ଗତ ୨୭ ତାରିଖରେ ସନ୍ଧ୍ୟା ବେଳେ ଘରେ କେହି ନଥିଲେ। ଦିବ୍ୟାଙ୍ଗ (ମୂକ ଓ ବଧିର) ଯୁବତୀ ଜଣକ ଘରେ ଏକା ଥିଲେ। ଏହାର ସୁଯୋଗ ନେଇ ପଡ଼ୋଶୀ ଗଣେଶ ବେହେରା ଓ ଆଶିଷ ପୃଷ୍ଟି ଘରେ ପଶି ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ଯୁବତୀଙ୍କ ଅନ୍ୟ ଜଣେ ଭଉଣୀ ଚାଲି ଆସିବାରୁ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଏନେଇ ପୀଡ଼ିତା ତିରିଂ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଆଜି ସଫଳ ହୋଇଛି। ଦିବ୍ୟାଙ୍ଗ ଯୁବତୀଙ୍କ ୧୬୪ ବୟାନ୍‌ ରେକର୍ଡ଼ କରାଯାଇଛି।

Related story