ବରଗଛରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!

ଯାଜପୁର (ସଞ୍ଜୀବ ନାୟକ): ବରଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ। ସେମାନେ ପ୍ରେମୀ ଯୁଗଳ ବୋଲି କୁହାଯାଉଛି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଗଣପତି ପାଟଣା ଗାଁରେ। ମୃତ ଯୁବକଙ୍କ ନାଁ ପ୍ରତାପ ଦାସ। ସେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଯୁବତୀ ଜଣଙ୍କ ପାଖ ଗାଁର ବୋଲି ଜଣାପଡ଼ିଛି। ଗଣପତି ପାଟଣା ଗ୍ରାମର ଏକ ନିଛାଟିଆ ବିଲ ମଝିରେ ଥିବା ବରଗଛରେ ଦୁଇଟି […]

Dead

Jitendra Garnayak
  • Published: Sunday, 02 January 2022
  • , Updated: 02 January 2022, 01:06 PM IST

ଯାଜପୁର (ସଞ୍ଜୀବ ନାୟକ): ବରଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ। ସେମାନେ ପ୍ରେମୀ ଯୁଗଳ ବୋଲି କୁହାଯାଉଛି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଗଣପତି ପାଟଣା ଗାଁରେ।

ମୃତ ଯୁବକଙ୍କ ନାଁ ପ୍ରତାପ ଦାସ। ସେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଯୁବତୀ ଜଣଙ୍କ ପାଖ ଗାଁର ବୋଲି ଜଣାପଡ଼ିଛି।

ଗଣପତି ପାଟଣା ଗ୍ରାମର ଏକ ନିଛାଟିଆ ବିଲ ମଝିରେ ଥିବା ବରଗଛରେ ଦୁଇଟି ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀମାନେ ମଙ୍ଗଳପୁର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଘଟଣାସ୍ଥଳରୁ ଏକ ଏୟାର ବ୍ୟାଗ୍, ସିନ୍ଦୂର ଡବା ଓ ଜୋତା ଆଦି ପୁଲିସ୍ ଜବତ କରିଛି। ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସ୍ଥାନୀୟ ଲୋକ କହୁଥିବା ବେଳେ ଉଭୟ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି। ଶବ ବ୍ୟବଛେଦ ରିପୋର୍ଟ ଆସିଲେ ସେମାନଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ମଙ୍ଗଳପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Related story