ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଚିଲପଡ଼ା ଗାଁର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଆଜି ସକାଳେ ଗାଁ ନିକଟରେ ଥିବା ଏକ ଗଛରେ ଯୁବକଙ୍କ ମୃତଦେହ ଝୁଳୁଥିବା ଗାଁ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି କି, ତାଙ୍କୁ କିଏ ମାରି ଟାଙ୍ଗି ଦେଇଛି, […]

dead

Tapaswini Nayak
  • Published: Saturday, 22 June 2019
  • , Updated: 22 June 2019, 02:10 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଚିଲପଡ଼ା ଗାଁର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ।

ଆଜି ସକାଳେ ଗାଁ ନିକଟରେ ଥିବା ଏକ ଗଛରେ ଯୁବକଙ୍କ ମୃତଦେହ ଝୁଳୁଥିବା ଗାଁ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି କି, ତାଙ୍କୁ କିଏ ମାରି ଟାଙ୍ଗି ଦେଇଛି, ତାହା ଜଣାପଡ଼ି ନାହିଁ। ଶବ ବ୍ୟବଚ୍ଛେଦ ପରେ ତାହା ଜଣାପଡ଼ିବ ବୋଲି ପୁଲିସ୍ କହିବା ସହ ଘଟଣାର ତଦନ୍ତ କରୁଛି।

Related story