ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ (ଓଡ଼ିଶା ରିପୋର୍ଟର):କଟକ ଜିଲ୍ଲା ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅଶୋକ ପ୍ରଧାନ। ନନ୍ଦନକାନନ ସ୍ଥିତ ପଦାସାହି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ଘରକୁ ଫେରିଥିଲେ ଏଏସ୍‌ଆଇ ଅଶୋକ ପ୍ରଧାନ। ଘରେ ପରିବାରର ଅନ୍ୟ […]

Ashok Pradhan

  • Published: Sunday, 18 December 2022
  • , Updated: 18 December 2022, 02:48 PM IST

କଟକ (ଓଡ଼ିଶା ରିପୋର୍ଟର):କଟକ ଜିଲ୍ଲା ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅଶୋକ ପ୍ରଧାନ। ନନ୍ଦନକାନନ ସ୍ଥିତ ପଦାସାହି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ଘରକୁ ଫେରିଥିଲେ ଏଏସ୍‌ଆଇ ଅଶୋକ ପ୍ରଧାନ। ଘରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଥିଲେ। ହେଲେ ଆଜି ସକାଳେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେଣୁ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କୁହାଯାଉଛି, ଗତକାଲି ଅଫିସ୍‌ରୁ ଫେରିବା ପରେ ପତ୍ନୀଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ତେବେ ପରିବାର ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।

ମଙ୍ଗଳାବାଗ ଥାନା ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି। ଏହା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପୁଲିସ୍‌ରେ ଥିବା ଅଶୋକଙ୍କ ବନ୍ଧୁମାନେ ତଥା ପିଲା ବେଳର ଅନ୍ୟ ବନ୍ଧୁମାନେ ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେମାନଙ୍କ ସୂଚନା ଅନୁଯାୟୀ ଅଶୋକ କେବେ ଚିନ୍ତିତ ଦେଖାଯାଆନ୍ତି ନାହିଁ। ନିକଟ ଅତୀତରେ ବି ସେ କେବେ କୌଣସି ପ୍ରସଙ୍ଗରେ ଚିନ୍ତିତ ଥିବା ସେମାନେ ଦେଖି ନଥିବା କହିଛନ୍ତି। ସେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଥିଲେ। ତାଙ୍କ ପୁଅ ଓ ଝିଅ ଭଲ ପଢ଼ନ୍ତି। ତାଙ୍କ ଝିଅ ଏମ୍‌ବିବିଏସ୍‌ କରୁଛନ୍ତି ବୋଲି ସେମାନେ କହିଛନ୍ତି। ତେଣୁ ସେ ଆତ୍ମହତ୍ୟା କରିଥିବେ ବୋଲି ତାଙ୍କ ବନ୍ଧୁମାନେ ଗ୍ରହଣ କରିପାରୁ ନାହାନ୍ତି।

Related story