କ୍ଲାସରୁମ୍‌ରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାଣୀପେଣ୍ଠସ୍ଥିତ ଘରୋଇ ନର୍ସିଂ କଲେଜରେ ଘଟିଛି ଚାଞ୍ଚଲ୍ୟକର ଘଟଣା। କ୍ଲାସରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ଜଣେ ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିବା ବେଳେ ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛି ପୁଲିସ୍‌। ମୃତ ଛାତ୍ରୀ ନର୍ସିଂ ପ୍ରଥମ ବର୍ଷରେ ପଢ଼ୁଥିବା ବେଳେ ତାଙ୍କ ଘର ଗଞ୍ଜାମ ଗୋପାଳପୁରରେ ବୋଲି ଜଣାପଡ଼ିଛି । ରାଣୀପେଣ୍ଠସ୍ଥିତ ଘରୋଇ ନର୍ସିଂ […]

Suicide

  • Published: Thursday, 28 July 2022
  • , Updated: 28 July 2022, 03:55 PM IST

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାଣୀପେଣ୍ଠସ୍ଥିତ ଘରୋଇ ନର୍ସିଂ କଲେଜରେ ଘଟିଛି ଚାଞ୍ଚଲ୍ୟକର ଘଟଣା। କ୍ଲାସରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ଜଣେ ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିବା ବେଳେ ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛି ପୁଲିସ୍‌। ମୃତ ଛାତ୍ରୀ ନର୍ସିଂ ପ୍ରଥମ ବର୍ଷରେ ପଢ଼ୁଥିବା ବେଳେ ତାଙ୍କ ଘର ଗଞ୍ଜାମ ଗୋପାଳପୁରରେ ବୋଲି ଜଣାପଡ଼ିଛି ।

ରାଣୀପେଣ୍ଠସ୍ଥିତ ଘରୋଇ ନର୍ସିଂ କଲେଜରେ ପିଲାମାନେ ପାଠ ପଢ଼ୁଥିବା ବେଳେ ଉପର ମହଲାରେ ଥିବା ହଷ୍ଟେଲରେ ରୁହନ୍ତି। ଆଜି ସକାଳୁ ଉପର ମହଲା ହଷ୍ଟେଲରେ ରହୁଥିବା ଛାତ୍ରୀଜଣକ କ୍ଲାସ୍‌ ରୁମ୍‌କୁ ଆସିଥିବା ବେଳେ ସେତେବେଳେ କେହି ସେଠାରେ ଉପସ୍ଥିତ ନ ଥିଲେ। ଏହାପରେ ସେ ସେଠାରେ ଝୁଲି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛ।

କିଛି ସମୟ ପରେ ଅନ୍ୟ ଛାତ୍ରଛାତ୍ରୀ ସେଠାରେ ପହଞ୍ଚି ଝୁଲନ୍ତା ମୃତଦେହ ଦେଖି ଚିତ୍କାର କରିଥିଲେ। କଲେଜ କର୍ତ୍ତୃପକ୍ଷ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲା। ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଛନ୍ତି ।

ପାରଳାଖେମୁଣ୍ଡି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯାଇଛି। ସେମାନେ ପହଞ୍ଚିଲେ ତଦନ୍ତ ଆରମ୍ଭ ହେବ ବୋଲି କହିଛନ୍ତି। ଅପରପକ୍ଷେ, ଝିଅର ମୃତ୍ୟୁ ଖବର ପାଇ ତାଙ୍କ ପରିବାର ଲୋକେ ପହଞ୍ଚିଥିବା ବେଳେ ଝିଅକୁ ମାରି ଦିଆଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି।

Related story