ହନୁମାନ ପଇସା ମାମଲା: ଇନ୍ସପେକ୍ଟର ସୁରେନ୍ଦ୍ର ନାୟକ ନିଲମ୍ୱିତ

ବାଲେଶ୍ୱର: ହନୁମାନ ପଇସା ରାକେଟ୍‌ ନେଇ ବିବାଦକୁ ଆସିଥିବା ପୋଲିସ୍‌ ଇନ୍ସପେକ୍ଟର ସୁରେନ୍ଦ୍ର କୁମାର ନାୟକଙ୍କୁ ଗତକାଲି ପୋଲିସ୍‌ ଡିଜି କେ.ବି ସିଂହ ନିଲମ୍ୱିତ କରିଛନ୍ତି। ଅବହେଳା ଓ ବିନା ଅନୁମତିରେ ଦୀର୍ଘଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିବା କାରଣରୁ ତାଙ୍କୁ ନିଲମ୍ୱିତ କରାଯାଇଛି। ବାଲେଶ୍ୱର ଏସ୍‌ପିଙ୍କ ରିପୋର୍ଟ ଆଧାରରେ ସୁରେନ୍ଦ୍ରଙ୍କୁ ନିଲମ୍ୱିତ କରାଯାଇଥିବା ପୋଲିସ୍‌ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୁରେନ୍ଦ୍ରଙ୍କ ବିରୋଧରେ  ବିଧିବଦ୍ଧ ଡ୍ରାଫ୍‌ଟ୍‌ ଚାର୍ଜ ପ୍ରସ୍ତୁତ କରି ଦାଖଲ କରିବାକୁ ବାଲେଶ୍ୱର ଏସ୍‌ପିଙ୍କୁ […]

baleswar

Rakesh Mallick
  • Published: Sunday, 21 August 2016
  • , Updated: 21 August 2016, 10:30 AM IST

ବାଲେଶ୍ୱର: ହନୁମାନ ପଇସା ରାକେଟ୍‌ ନେଇ ବିବାଦକୁ ଆସିଥିବା ପୋଲିସ୍‌ ଇନ୍ସପେକ୍ଟର ସୁରେନ୍ଦ୍ର କୁମାର ନାୟକଙ୍କୁ ଗତକାଲି ପୋଲିସ୍‌ ଡିଜି କେ.ବି ସିଂହ ନିଲମ୍ୱିତ କରିଛନ୍ତି। ଅବହେଳା ଓ ବିନା ଅନୁମତିରେ ଦୀର୍ଘଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିବା କାରଣରୁ ତାଙ୍କୁ ନିଲମ୍ୱିତ କରାଯାଇଛି।

ବାଲେଶ୍ୱର ଏସ୍‌ପିଙ୍କ ରିପୋର୍ଟ ଆଧାରରେ ସୁରେନ୍ଦ୍ରଙ୍କୁ ନିଲମ୍ୱିତ କରାଯାଇଥିବା ପୋଲିସ୍‌ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୁରେନ୍ଦ୍ରଙ୍କ ବିରୋଧରେ  ବିଧିବଦ୍ଧ ଡ୍ରାଫ୍‌ଟ୍‌ ଚାର୍ଜ ପ୍ରସ୍ତୁତ କରି ଦାଖଲ କରିବାକୁ ବାଲେଶ୍ୱର ଏସ୍‌ପିଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ହନୁମାନ ପଇସା ରାକେଟ୍‌ରେ ସୁରେନ୍ଦ୍ର ଜଡ଼ିତ ଥିବା ଅଭିଯୋଗ ଆସିବା ପରେ ତାଙ୍କୁ ରେମୁଣା ଆଇଆଇସି ପଦରୁ  ଅପସାରଣ କରାଯାଇ ପୋଲିସ୍‌ ରିଜର୍ଭ ଅଫିସ୍‌ରେ ଆଟାଚ୍‌ କରାଯାଇଥିଲା।

Related story