ପୌର ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

Ordigital Desk
  • Published: Monday, 26 February 2018
  • , Updated: 26 February 2018, 12:23 PM IST
<p>ରାଉରକେଲା (ଓଡିଶା ରିପୋର୍ଟର): ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିକାର ଜଣେ ମହିଳା ଠିକା କର୍ମଚାରୀଙ୍କୁ ନିର୍ବାହୀ ଅଧିକାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆନ୍ଦୋଳନ କରୁଛନ୍ତି ପୌରପାଳିକାର ଅନ୍ୟ ସହ କର୍ମଚାରୀ। ଆନ୍ଦୋଳନକାରୀମାନେ ପୌରପାଳିକା ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। &nbsp;ଘଟଣାକୁ ନେଇ ଥାନାରେ ଏତଲା ହୋଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।</p>

Related story