୨୨ ବର୍ଷର ଯନ୍ତ୍ରଣା ପରେ ନୂଆ ଜୀବନ ପାଇଲେ ହରିଶ୍ଚନ୍ଦ୍ର

କଟକ(ଓଡ଼ିଶା ରିପୋର୍ଟର): ୨୨ ବର୍ଷର ଯନ୍ତ୍ରଣା ପରେ ସେ ଆଜି ସୁସ୍ଥ । ଖୁସି ବି ଅଛନ୍ତି। ସିଏ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ହରିଶ୍ଚନ୍ଦ୍ର ତରାଇ । ଦୀର୍ଘ ବର୍ଷ ହେବ ମୁହଁରେ ଏକ ଫଙ୍ଗାଲ ଇନଫେକ୍ସ‌ନରେ ଆକ୍ରାନ୍ତ ହୋଇ ସୁସ୍ଥ ହେବାର ଆଶା ହରାଇ ଦେଇଥିବା ହରିଶ୍ଚନ୍ଦ୍ରଙ୍କୁ କଟକ ଏସ୍‌ସିବି ମେଡିକାଲ ଦେଇଛି ନୂଆ ଜୀବନ। ଏଥିସହ କଟକ ଏସସିବି ମେଡିକାଲର ଡାକ୍ତରଙ୍କୁ ମିଳିଛି  ବଡ ସଫଳତା। ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ଏକ […]

7bn

Tapas Behera
  • Published: Saturday, 09 January 2021
  • , Updated: 09 January 2021, 07:02 PM IST

କଟକ(ଓଡ଼ିଶା ରିପୋର୍ଟର): ୨୨ ବର୍ଷର ଯନ୍ତ୍ରଣା ପରେ ସେ ଆଜି ସୁସ୍ଥ । ଖୁସି ବି ଅଛନ୍ତି। ସିଏ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ହରିଶ୍ଚନ୍ଦ୍ର ତରାଇ । ଦୀର୍ଘ ବର୍ଷ ହେବ ମୁହଁରେ ଏକ ଫଙ୍ଗାଲ ଇନଫେକ୍ସ‌ନରେ ଆକ୍ରାନ୍ତ ହୋଇ ସୁସ୍ଥ ହେବାର ଆଶା ହରାଇ ଦେଇଥିବା ହରିଶ୍ଚନ୍ଦ୍ରଙ୍କୁ କଟକ ଏସ୍‌ସିବି ମେଡିକାଲ ଦେଇଛି ନୂଆ ଜୀବନ। ଏଥିସହ କଟକ ଏସସିବି ମେଡିକାଲର ଡାକ୍ତରଙ୍କୁ ମିଳିଛି  ବଡ ସଫଳତା। ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ଏକ ବିରଳ ଅସ୍ତ୍ରୋପଚାର କରି ହରିଶ୍ଚନ୍ଦ୍ରଙ୍କ  ମୁହଁ ଫୁଟାଇଛନ୍ତି ହସ।

ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଉଦୟପୁର ଗାଁର ହରିଶ୍ଚନ୍ଦ୍ର ତରାଇ।ବୟସ ମାତ୍ର ୩୨ବର୍ଷ । ହାଇପୋମାଇକୋସିସ ନାମକ ଫଙ୍ଗାଲ ରୋଗ ଯୋଗୁଁ ହରିଶଙ୍କ ମୁହଁରେ ଏକ ବଡ ମାଂସ ପିଣ୍ଡୁଳାର ଆବରଣରେ ଭର୍ତ୍ତି ହୋଇଗଲା। ଫଳରେ ସେ ଆଉ ଖାଇପିଇ ପାରିଲେନାହିଁ। ଗତ ଅକ୍ଟୋବର ୧୭ତାରିଖରେ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ସେ ଭର୍ତ୍ତି ହୋଇଥିଲେ । ଆଉ ଡିସେମ୍ବର ୧୦ତାରିଖ ରେ ପ୍ଲାଷ୍ଟିକ ସର୍ଜରୀ ବିଭାଗ ର ୧୦ଜଣିଆ ଟିମକୁ ନେଇ ତାଙ୍କ ମୁହଁର କରାଯାଇଥିଲା ଅସ୍ତ୍ରୋପଚାର।

ପୂର୍ବରୁ କେବେ ବି ଏଭଳି କୌଣସି ଅସ୍ତ୍ରୋପଚାର ଏସସିବି ମେଡିକାଲ ରେ ହୋଇନାହିଁ ବୋଲି କହିଛନ୍ତି ପ୍ଲାଷ୍ଟିକ ସର୍ଜରୀ ବିଭାଗର ବିଶେଷଜ୍ଞ ଡାକ୍ତର ବିଭୂତି ଭୂଷଣ ନାୟକ। ରୋଗୀ ଜଣକ ଆଡମିଟ ହେବା ସମୟରେ ଡାକ୍ତରୀ ଟିମ ତାଙ୍କର ପରୀକ୍ଷା ନିରୀକ୍ଷା କରିଥିଲେ। ହେଲେ ତାଙ୍କର ଏକାଧିକ ସମସ୍ୟା ଥିବାରୁ ଏହି ଅସ୍ତ୍ରୋପଚାରଟି ଚ୍ୟାଲେଜିଂ ଥିଲା ।  ସେଥିରେ ବହୁତ ରିସ୍କ ରହିଥିଲା। ତାସତ୍ତ୍ୱେ ଦୀର୍ଘ ସମୟର ସଫଳ ଅସ୍ତ୍ରୋପଚାର ପରେ ହରିଶ୍ଚନ୍ଦ୍ର ସୁସ୍ଥ ହୋଇଛନ୍ତି ବୋଲି କହିଛନ୍ତି ଡାକ୍ତର।

Related story