ହାତୀ ଆକ୍ରମଣରେ ମହିଳାଙ୍କ ସମେତ ୨ ମୃତ

ଆଠଗଡ଼/ଅନୁଗୋଳ: ହାତୀ ଆକ୍ରମଣରେ ଆଜି କଟକ ଜିଲ୍ଲା ଖୁଣ୍ଟୁଣି ରେଞ୍ଜ ଓ ଅନୁଗୋଳ ଜିଲ୍ଲା ବନାଞ୍ଚଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବନ ବିଭାଗର ଜଣେ ମହିଳା ଓ ଜଣେ ଅସ୍ଥାୟୀ କର୍ମଚାରୀ ଅଛନ୍ତି। ଖୁଣ୍ଟୁଣି ରେଞ୍ଜ ସୁନିଆମୁହଁ ଗାଁରେ ଆଜି ଭୋରୁ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଓ ହାତୀ ଉପଦ୍ରବର […]

hati dalidela

Rakesh Mallick
  • Published: Thursday, 01 September 2016
  • , Updated: 01 September 2016, 08:23 PM IST

ଆଠଗଡ଼/ଅନୁଗୋଳ: ହାତୀ ଆକ୍ରମଣରେ ଆଜି କଟକ ଜିଲ୍ଲା ଖୁଣ୍ଟୁଣି ରେଞ୍ଜ ଓ ଅନୁଗୋଳ ଜିଲ୍ଲା ବନାଞ୍ଚଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବନ ବିଭାଗର ଜଣେ ମହିଳା ଓ ଜଣେ ଅସ୍ଥାୟୀ କର୍ମଚାରୀ ଅଛନ୍ତି।

ଖୁଣ୍ଟୁଣି ରେଞ୍ଜ ସୁନିଆମୁହଁ ଗାଁରେ ଆଜି ଭୋରୁ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଓ ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର କରିବା ଦାବିରେ ସ୍ଥାନୀୟ ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଓରନ୍ଦା ନିକଟ ସୁନିଆମୁହଁଠାରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଥିଲା।

ସେହିପରି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଶାଳଖମଣ ଗାଁରେ ହାତୀ ଆକ୍ରମଣରେ ଜଣେ ଅସ୍ଥାୟୀ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଅର୍ଜୁନ ବେହେରା। ସେ ହାତୀ ସ୍କ୍ୱାଡରେ କାମ କରୁଥିଲେ।

କ୍ଷତିପୂରଣ ଯୋଗାଇ ଦେବାକୁ ମୃତ ଅର୍ଜୁନଙ୍କ ପରିବାର ଲୋକେ ଦାବି କରିଥିଲେ। ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଯୋଗାଇ ଦିଆଯିବାକୁ ବନ ବିଭାଗର ଅଧିକାରୀମାନେ ଅର୍ଜୁନଙ୍କ ପରିବାର ବର୍ଗଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Related story