ମହଙ୍ଗା ପଡ଼ିଲା ଅଭିଯୋଗ: ହାତ ଧରି ସ୍କୁଲରୁ ପିଲାଙ୍କୁ ବାହାର କରିଦେଲେ ପ୍ରଧାନ ଶିକ୍ଷକ, ଅଭିଭାବକଙ୍କୁ ଗାଳିଦେଲେ

ଜଗତସିଂହପୁର(ସଶାଙ୍କ ଶେଖର ପଣ୍ଡା):ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ହେଉଥିବା ଅନିୟମିତତା ବାବଦରେ ଅଭିଯୋଗ ଆଣି ଦଣ୍ଡ ପାଇଲେ ଅଭିଭାବକ ଏବଂ ସେମାନଙ୍କ ପିଲା। ଦୁଇ ଅଭିଭାବକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଘୋଟାଲା ବାବଦରେ ଅଭିଯୋଗ ଆଣିବାରୁ ସେମାନଙ୍କ ପିଲାକୁ ସ୍କୁଲରୁ ବାହାର କରିଦିଆଯାଇଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଳାର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକଙ୍କନାମରେ ଏଭଳି ସଙ୍ଗୀନ୍‌ ଅଭିଯୋଗ ଆସିଛି। ଜିଲ୍ଳାର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏକ […]

p-234

p-234

Niharika Rout
  • Published: Wednesday, 04 September 2019
  • Updated: 04 September 2019, 04:23 PM IST

Sports

Latest News

ଜଗତସିଂହପୁର(ସଶାଙ୍କ ଶେଖର ପଣ୍ଡା):ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ହେଉଥିବା ଅନିୟମିତତା ବାବଦରେ ଅଭିଯୋଗ ଆଣି ଦଣ୍ଡ ପାଇଲେ ଅଭିଭାବକ ଏବଂ ସେମାନଙ୍କ ପିଲା। ଦୁଇ ଅଭିଭାବକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଘୋଟାଲା ବାବଦରେ ଅଭିଯୋଗ ଆଣିବାରୁ ସେମାନଙ୍କ ପିଲାକୁ ସ୍କୁଲରୁ ବାହାର କରିଦିଆଯାଇଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଳାର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକଙ୍କନାମରେ ଏଭଳି ସଙ୍ଗୀନ୍‌ ଅଭିଯୋଗ ଆସିଛି।

ଜିଲ୍ଳାର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏକ ପୁରାତନ ଶିକ୍ଷା ଅନୁଷ୍ଠାନ। ଏଠାରେ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢନ୍ତି। ତେବେ ବିଦ୍ୟାଳୟ ପରିଚାଳନା କମିଟିରେ ସଦସ୍ୟ ଥିବା ଗୋପାଳପୁର ଗ୍ରାମର ଦିଲ୍ଳୀପ ସ୍ୱାଇଁ ଓ ସେହି ଗ୍ରାମର ଅନ୍ୟ ଜଣେ ଅଭିଭାବକ ମଙ୍ଗୁ ଦଳାଇ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସଠିକ୍ ଭାବେ ଦିଆଯାଉ ନଥିବା ଏବଂ ଚାଉଳ, ଡାଲି ବିକ୍ରି କରାଯାଉଥିବା ଅଭିଯୋଗ ଆଣିଥିଲେ।

ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ଅନ୍ୟାନ୍ୟ ଅନିୟମିତତା ସଂପର୍କରେ ମଧ୍ୟ ଦିଲ୍ଳୀପ ଓ ମଙ୍ଗୁ ଅଭିଯୋଗ ଆଣିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଉଭୟ ଅଭିଭାବକଙ୍କୁ ଡାକି ସେମାନଙ୍କ ପିଲାଙ୍କୁ ଏହି ବିଦ୍ୟାଳୟରୁ ନେଇଯିବା ପାଇଁ କହିଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ଦିଲ୍ଳିପ ସ୍ୱାଇଁଙ୍କ ଝିଅ ସାଇପଦ୍ମା ତାଙ୍କ ପୁତୁରା ମିଲନ ଓ ମଙ୍ଗୁ ଦଳେଇଙ୍କ ପୁଅ ଝିଅଙ୍କୁ ଶ୍ରେଣୀ ଗୃହରୁ ହାତଧରି ଉଠାଇ ଦେଇଥିବା ଏହି କୁନିକୁନି ପିଲାମାନେ ଅଭିଯୋଗ କରିଛନ୍ତି।

ଏଥିସହିତ ପୂର୍ବରୁ ପ୍ରାୟ ୨୦ ବର୍ଷ ଧରି ଏଠାରେ ପାଚିକା ନିଯୁକ୍ତି ପାଇଥିବା ଜଣେ ମହିଳା ଅନିୟମିତତା ସଂପର୍କରେ ସ୍ୱର ଉତ୍ତୋଳନ କରିବାରୁ ବିଦ୍ୟାଳୟ ପରିଚାଳନା କମିଟି ଛଟେଇ କରିଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅସ୍ୱୀକାର କରିବା ସହିତ ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଉଥିବା କହିଛନ୍ତି। ସେହି ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ସେମାନଙ୍କ ଅଭିଭାବକଙ୍କୁ ବାରମ୍ୱାର କୁହାଯାଇଥିଲେ ମଧ୍ୟ ସେ ପଠାଉନଥିବା କହିଛନ୍ତି ସଂପୃକ୍ତ ପ୍ରଧାନଶିକ୍ଷକ।

ସେହିପରି ଜିଲ୍ଳା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ କହିଛନ୍ତି ଯେ,ଛୋଟମୋଟ ଘଟଣାକୁ ନେଇ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ସହିତ ୨/୩ ଜଣ ଅଭିଭାବକଙ୍କ ମତାନ୍ତର ଘଟିବାରୁ ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି। ଘଟଣା ସଂପର୍କରେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଅବଗତ ଅଛନ୍ତି ଏବଂ ବିଦ୍ୟାଳୟକୁ କିପରି ଏହି ୪ ଜଣ ପିଲା ଆସିବେ ସେଥିପାଇଁ ପ୍ରୟାସ ଜାରି ରହିଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story