ସେବାଶ୍ରମରେ ୨ ଛାତ୍ର ମୃତ୍ୟୁ ଘଟଣା; ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ, ମେଟ୍ରୋନଙ୍କୁ ନୋଟିସ୍‌

ମାଲକାନଗିରି(ଜିତେନ୍ଦ୍ର ବେଉରା): ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଅକାଳରେ ଝଡ଼ିଗଲେ ୨ ନୀରିହ ସ୍କୁଲ ଛାତ୍ର। ସେବାଶ୍ରମରେ ଥିବା ବେଳେ ଉପଯୁକ୍ତ ଚିକିତ୍ସା ନ ପାଇ ସେମାନେ ଆଖି ବୁଜିଲେ। ଏପରି ଅଭିଯୋଗରେ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର କୋଲକୋଣ୍ଡା ସେବାଶ୍ରମର ପ୍ରଧାନଶିକ୍ଷୟିତ୍ରୀ ସାବିତ୍ରୀ ମଣ୍ଡଳଙ୍କୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, କୋଲକୋଣ୍ଡା ସେବାଶ୍ରମରେ ରହୁଥିବା ଛାତ୍ରଙ୍କ ମଧ୍ୟରୁ ୨ ଜଣ ଗତ ମାସ ଥଣ୍ଡା, ଜ୍ୱରରେ ପୀଡ଼ିତ ହୋଇଥିଲେ।  ହେଲେ ଉପଯୁକ୍ତ ଚିକିତ୍ସା ନ ପାଇବାରୁ ସେମାନଙ୍କ […]

suspend

  • Published: Tuesday, 20 September 2022
  • , Updated: 20 September 2022, 11:14 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଅକାଳରେ ଝଡ଼ିଗଲେ ୨ ନୀରିହ ସ୍କୁଲ ଛାତ୍ର। ସେବାଶ୍ରମରେ ଥିବା ବେଳେ ଉପଯୁକ୍ତ ଚିକିତ୍ସା ନ ପାଇ ସେମାନେ ଆଖି ବୁଜିଲେ। ଏପରି ଅଭିଯୋଗରେ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର କୋଲକୋଣ୍ଡା ସେବାଶ୍ରମର ପ୍ରଧାନଶିକ୍ଷୟିତ୍ରୀ ସାବିତ୍ରୀ ମଣ୍ଡଳଙ୍କୁ ନିଲମ୍ବନ କରାଯାଇଛି।

ସୂଚନାଯୋଗ୍ୟ, କୋଲକୋଣ୍ଡା ସେବାଶ୍ରମରେ ରହୁଥିବା ଛାତ୍ରଙ୍କ ମଧ୍ୟରୁ ୨ ଜଣ ଗତ ମାସ ଥଣ୍ଡା, ଜ୍ୱରରେ ପୀଡ଼ିତ ହୋଇଥିଲେ।  ହେଲେ ଉପଯୁକ୍ତ ଚିକିତ୍ସା ନ ପାଇବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏଥିନିମନ୍ତେ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ  ଦାୟୀ କରିଥିଲେ।

ଏନେଇ ତଦନ୍ତ ପରେ ଜିଲ୍ଲାପାଳ ବିଶାଲ ସିଂ ଏହି ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ସାବିତ୍ରୀ ମଣ୍ଡଳଙ୍କୁ ନିଳମ୍ବନ କରିଛନ୍ତି । ଏଥିସହ ତାଙ୍କୁ  ଚିତ୍ରକୋଣ୍ଡା ସ୍କୁଲରେ ପ୍ରତିଦିନ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ସ୍କୁଲର ମେଟ୍ରୋନଙ୍କୁ କାହିଁକି ବହିଷ୍କୃତ କରାଯିବ ନାହିଁ ବୋଲି ନୋଟିସ ଦିଆଯାଇଛି। ଏହାବାଦ ସ୍କୁଲର ରୋଷେୟା ତଥା ଆଟାଣ୍ଡାଣ୍ଟ ଯୋଗୀ ମାଡକାମୀଙ୍କୁ ବହିଷ୍କୃତ କରାଯାଇଛି। ସେହିପରି ଡବ୍ଲ୍ୟୁଇଓ ଭରତ ଗୁରୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ତନାଘନା ପରେ ସ୍କୁଲ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Related story