ଗଣେଶ ପୂଜାରେ ଛାତ୍ରୀଙ୍କୁ ଚୁମ୍ମା ଦେଲେ ହେଡ୍‌ସାର୍‌, କହିଲେ- କାହାକୁ କହିବୁନି

ବୌଦ୍ଧ (ଭାର୍ଜନ ପ୍ରଧାନ): ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ। ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟରେ ଚୁମ୍ମା ଦେଲେ ହେଡ୍‌ସାର୍‌। ଏପରି ଅଭିଯୋଗ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ ଏକ ସ୍କୁଲରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ଥିଲା ଗଣେଶ ପୂଜା। ସବୁ ପିଲା ସ୍କୁଲକୁ ଆସିଥିଲେ। ନିର୍ଦ୍ଧାରିତ ସମୟରେ ପୂଜା ହୋଇଥିଲା। ପୂଜା ସରିବା ପରେ ପ୍ରସାଦ ଖାଇ ସବୁ ପିଲା ଘରକୁ […]

boudha

Manoranjan Sial
  • Published: Tuesday, 03 September 2019
  • , Updated: 03 September 2019, 09:54 PM IST

ବୌଦ୍ଧ (ଭାର୍ଜନ ପ୍ରଧାନ): ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ। ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟରେ ଚୁମ୍ମା ଦେଲେ ହେଡ୍‌ସାର୍‌। ଏପରି ଅଭିଯୋଗ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ ଏକ ସ୍କୁଲରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ଥିଲା ଗଣେଶ ପୂଜା। ସବୁ ପିଲା ସ୍କୁଲକୁ ଆସିଥିଲେ। ନିର୍ଦ୍ଧାରିତ ସମୟରେ ପୂଜା ହୋଇଥିଲା। ପୂଜା ସରିବା ପରେ ପ୍ରସାଦ ଖାଇ ସବୁ ପିଲା ଘରକୁ ଫେରିଥିଲେ। କିନ୍ତୁ ଅଷ୍ଟମ ଶ୍ରେଣୀ ଛାତ୍ରୀ ସାଲୁ(ଛଦ୍ମନାମ)ଙ୍କୁ ଅଟକାଇ ରଖିଥିଲେ। ବିଭିନ୍ନ ବାହାନା କରି ଅଫିସ୍‌ ରୁମ୍‌କୁ ଡାକିଥିଲେ ହେଡ୍‌ ସାର। କିନ୍ତୁ ସାଲୁ ସାର୍‌ଙ୍କ ଚାଲ୍‌ ବୁଝି ନପାରି ଅଫିସ୍‌ ଗୃହକୁ ଯାଇଥିଲେ। ଏହି ସମୟରେ ହେଡ୍‌ସାର୍‌ ତାଙ୍କ ଗାଲରେ ଚୁମ୍ୱନ ଦେଇଥିଲେ। ଏ ସମ୍ପର୍କରେ କାହାକୁ ନକହିବା ପାଇଁ ବାରଣ କରିବା ସହିତ ଡ୍ରେସ୍‌ ଦେବେ ବୋଲି କହିଥିଲେ। ଯଦି ଘର ଲୋକଙ୍କୁ ଘଟଣା ସମ୍ପର୍କରେ କହିବ, ତାହାହେଲେ ସ୍କୁଲରୁ ବିଦା କରିଦିଆଯିବ ବୋଲି ସାଲୁଙ୍କୁ ହେଡ୍‌ସାର କହିଥିଲେ।

ସାଲୁ ଘରକୁ ଫେରି ନିଜ ମାଆଙ୍କୁ କହିଥିଲେ। ପରେ ପୀଡ଼ିତାଙ୍କ ବାପା ଏନେଇ ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ହେଡ୍‌ସାର୍‌ ଫେରାର ହୋଇଯାଇଛନ୍ତି।

Related story