ଗର୍ଭ ଯନ୍ତ୍ରଣା ପାଇଁ ଡାକ୍ତରଖାନା ଆସିଥିଲେ ମହିଳା, ଡାକ୍ତର କହିଥିଲେ- ପ୍ରସବ ସମୟ ହୋଇନି

କେନ୍ଦୁଝର (ପ୍ରଣୟ କୁମାର ପାଣି): ଗର୍ଭ ଯନ୍ତ୍ରଣାରେ ସୋମବାରୀ। ଏହା ଦେଖି ତାଙ୍କ ସ୍ୱାମୀ ସହି ପାରିଲେ ନାହିଁ। ସଙ୍ଗେସଙ୍ଗେ ମେଡ଼ିକାଲ ଆଣିଥିଲେ। ମାତ୍ର ଡାକ୍ତରବାବୁ କହିଲେ, ସୟମ ହୋଇ ଅପେକ୍ଷା କର। ବେଡ଼ ନମିଳିବାରୁ ସୋମବାରୀ ମେଡ଼ିକାଲ ବାରଣ୍ଡାରେ ଶୋଇଥିବା ବେଳେ ବିଳମ୍ୱିତ ରାତି ପିଲା ଜନ୍ମ କରିଛନ୍ତି। ଏପରି ଘଟଣା ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲା ମେଡ଼ିକାଲରେ ଦେଖିବାକୁ ମିଳିଛି। ପୂରା ଘଟଣା ଏମିତି। ଆନନ୍ଦପୁର ଉପଖଣ୍ଡ ଅସନବାହାଳ ଗ୍ରାମର ସୋମବାରୀ। ଗର୍ଭ ଯନ୍ତ୍ରଣା […]

prasaba

Rakesh Mallick
  • Published: Friday, 29 June 2018
  • , Updated: 29 June 2018, 09:56 PM IST

କେନ୍ଦୁଝର (ପ୍ରଣୟ କୁମାର ପାଣି): ଗର୍ଭ ଯନ୍ତ୍ରଣାରେ ସୋମବାରୀ। ଏହା ଦେଖି ତାଙ୍କ ସ୍ୱାମୀ ସହି ପାରିଲେ ନାହିଁ। ସଙ୍ଗେସଙ୍ଗେ ମେଡ଼ିକାଲ ଆଣିଥିଲେ। ମାତ୍ର ଡାକ୍ତରବାବୁ କହିଲେ, ସୟମ ହୋଇ ଅପେକ୍ଷା କର। ବେଡ଼ ନମିଳିବାରୁ ସୋମବାରୀ ମେଡ଼ିକାଲ ବାରଣ୍ଡାରେ ଶୋଇଥିବା ବେଳେ ବିଳମ୍ୱିତ ରାତି ପିଲା ଜନ୍ମ କରିଛନ୍ତି। ଏପରି ଘଟଣା ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲା ମେଡ଼ିକାଲରେ ଦେଖିବାକୁ ମିଳିଛି।

ପୂରା ଘଟଣା ଏମିତି। ଆନନ୍ଦପୁର ଉପଖଣ୍ଡ ଅସନବାହାଳ ଗ୍ରାମର ସୋମବାରୀ। ଗର୍ଭ ଯନ୍ତ୍ରଣା ପାଉଥିବା ଦେଖି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତରବାବୁ ଦେଖି କହିଲେ, ସନ୍ତାନ ପ୍ରସବର ସମୟ ହୋଇନାହିଁ। ଏହାକୁ କିନ୍ତୁ ସୋମବାରୀଙ୍କ ସ୍ୱାମୀ ସହଜରେ ବିଶ୍ୱାସ କରିପାରିଲେ ନାହିଁ। ଡାକ୍ତର ମନା କରିବା ସତ୍ତ୍ୱେ ସୋମବାରୀ ଡାକ୍ତରଖାନା ବାରଣ୍ଡାରେ ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ଗର୍ଭ ଯନ୍ତ୍ରଣା ବଢ଼ିଲା। ବାରଣ୍ଡାରେ ଛଟପଟ ହେଉଥିଲେ ମଧ୍ୟ ଡାକ୍ତର କିମ୍ୱା ନର୍ସ କେହି ଆସିନଥିଲେ। ଶେଷରେ ସେହି ବାରଣ୍ଡାରେ ସୋମବାରୀ ବିଳମ୍ୱିତ ରାତିରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏତିକିରେ ତାଙ୍କର ଦୁଃଖ ସରିନଥିଲା। ପ୍ରସବ ପରେ ଶିଶୁର ନାଭି କାଟିବା ଓ ଆନୁସଙ୍ଗିକ ଯତ୍ନ ପାଇଁ ତାଙ୍କଠାରୁ  ୭୦୦ ଟଙ୍କା ଖର୍ଚ୍ଚ ନିଆଯାଇଥିବା ଅଭିଯୋଗ ହୋଇଛି।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ୱପ୍ନେଶ୍ୱର ଗଡନାଏକ କହିଛନ୍ତି,“ଗତକାଲି ରାତିରେ ମହିଳା ଜଣକ ଡାକ୍ତରଖାନା ଆସିଥିଲେ। ତାଙ୍କୁ ବେଡ୍‌ରେ ଆଡମିସନ୍ କରାଯାଥିଲା। ଡ୍ୟୁଟିରେ ଥିବା ନର୍ସ ତାଙ୍କୁ ଦୁଇ ଥର ଚେକଅପ୍‌ କରିଥିଲେ। କେଉଁ ପରିସ୍ଥିତି ତାର ବାରଣ୍ଡାରେ ପ୍ରବସ ହେଲା ସେ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ କେଉଁଠି ତ୍ରୁଟି ରହିଲା ସେନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

 

Related story