ଯୋଡ଼ା ମୁଣ୍ଡ ଶିଶୁ କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର

କଟକ (ଓଡ଼ିଶା ରିପୋର୍ଟର): କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ କାଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ରହିଛି। ଏବେ ସେ କଟକ SCB ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି କାଳିଆ। ଏନେଇ ସୂଚନା ଦେଇଛନ୍ତି SCB ଅଧୀକ୍ଷକ ଡା. ଲୁସି ଦାସ। କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଖବର ଦେଖି ତୁରନ୍ତ ସହୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ନୂଆ ଜୀବନ ପାଇବେ, ସେହି ଆଶା ନେଇ […]

jaga

Manoranjan Sial
  • Published: Wednesday, 25 November 2020
  • , Updated: 25 November 2020, 08:49 PM IST

କଟକ (ଓଡ଼ିଶା ରିପୋର୍ଟର): କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ କାଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ରହିଛି। ଏବେ ସେ କଟକ SCB ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି କାଳିଆ। ଏନେଇ ସୂଚନା ଦେଇଛନ୍ତି SCB ଅଧୀକ୍ଷକ ଡା. ଲୁସି ଦାସ।

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଖବର ଦେଖି ତୁରନ୍ତ ସହୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ନୂଆ ଜୀବନ ପାଇବେ, ସେହି ଆଶା ନେଇ ଦେଶର ସବୁଠାରୁ ବଡ଼ ଡାକ୍ତରଖାନା ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା।

ଏମ୍‌ସରେ ଅପରେଶନ ହେବା ପରେ ଦୁଇ ଭାଇ ଅଲଗା ହୋଇଥିଲେ। ହେଲେ କାଳିଆର ସ୍ୱସ୍ଥ୍ୟା ଅବସ୍ଥାରେ ଉନ୍ନତି ଘଟୁନଥିଲା। ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତରଳ ପଦାର୍ଥ ଖାଇବାକୁ ଦିଆଯାଉଥିଲା। ଦୀର୍ଘ ଦୁଇ ବର୍ଷ ପରେ ଦୁଇ ଭାଇଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ଦୁଇ ଭାଇ ଏଠାରେ ପ୍ରାୟ ବର୍ଷେ ଧରି ଚିକିତ୍ସିତ ହେଉଥିଲେ। ଚିକିତ୍ସା ପରେ ଜଗା ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିଲା। ହେଲେ କାଳିଆର ସ୍ୱାସ୍ଥ୍ୟା ଅବସ୍ଥାରେ ଉନ୍ନତି ଘଟୁନଥିଲା। ତାଙ୍କୁ ମଝିରେ ମଝିରେ ଆଇସିୟୁରେ ରଖାଯାଉଥିଲା। ତେବେ ଗତ ଦୁଇ ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

Related story