‘ଲକ୍‌ଡାଉନ୍‌ ଆଉ ମାସେ ବଢ଼ାଯାଉ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଉ ମାସେ ଲକ୍ ଡାଉନ ବଢ଼ାଇବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି। ଅନ୍ୟ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ଲକ୍ ଡାଉନ ବଢ଼ାଇବାକୁ ଦାବି କରୁଛନ୍ତି। ତେଣୁ ମୁଁ ବି ଚାହୁଁଛି ବୋଲି ସେ କହିଛନ୍ତି। ଏହାବ୍ୟତୀତ ବାହାର ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ଆଣିବା […]

nab-das-1--1

Niharika Rout
  • Published: Monday, 27 April 2020
  • , Updated: 27 April 2020, 02:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଉ ମାସେ ଲକ୍ ଡାଉନ ବଢ଼ାଇବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି।

ଅନ୍ୟ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ଲକ୍ ଡାଉନ ବଢ଼ାଇବାକୁ ଦାବି କରୁଛନ୍ତି। ତେଣୁ ମୁଁ ବି ଚାହୁଁଛି ବୋଲି ସେ କହିଛନ୍ତି। ଏହାବ୍ୟତୀତ ବାହାର ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ଆଣିବା ପାଇଁ ଏକ ସ୍ପଷ୍ଟ ନୀତି ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଆସନ୍ତା 30 ତାରିଖ ଭିତରେ ଏ ସଂକ୍ରାନ୍ତରେ ଗାଇଡ଼ ଲାଇନ ପ୍ରସ୍ତୁତ ହେବ। ଶ୍ରମିକମାନେ ଅଟକି ରହିଥିବା ସ୍ଥାନରେ ହିଁ  ଟେଷ୍ଟ କରି ସାର୍ଟିଫିକେଟ୍ ଦେଇ ସେମାନଙ୍କୁ ରାଜ୍ୟକୁ ଛାଡ଼ିଲେ ଭଲ ହେବ ବୋଲି କହିଛନ୍ତି ।

ଏ ସଂକ୍ରାନ୍ତରେ କେନ୍ଦ୍ର ଯେଉଁ ଗାଇଡ ଲାଇନ୍ ଦେବେ ସମସ୍ତ ରାଜ୍ୟ ତାକୁ ପାଳନ କରିବେ। କିଛି ଘରୋଇ ହସ୍ପିଟାଲରେ ଟେଷ୍ଟ ପାଇଁ ICMRକୁ ଅନୁମତି ମଗାଯାଇଛି। ICMR ଅନୁମତି ଦେଲେ ଅଧିକ ମାତ୍ରାରେ ଟେଷ୍ଟ  ହୋଇପାରିବ ବୋଲି ମତାମତ ରଖିଛନ୍ତି ନବ ଦାସ।

ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସେମାନଙ୍କର କୋଲକତା ଲିଙ୍କ ଥିବା ଟ୍ରାଭେଲ ହିଷ୍ଟ୍ରିରୁ ଜଣାପଡ଼ୁଛି। ତେଣୁ କୋଲକାତାରୁ ଆସିଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିବା ସେ କହିଛନ୍ତି।

 

Related story