କେମିତି ଜିଇଁବେ କୋଭିଡ୍‌ ପରବର୍ତ୍ତୀ ଜୀବନ? ଆସିଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଉଗ୍ରରୂପ ଧାରଣ କରୁଛି। ପ୍ରତିଦିନ ଶହ ଶହ ଲୋକ ଆକ୍ରାନ୍ତ ହେଉଛନ୍ତି। ଚିକିତ୍ସା ପରେ କରୋନା ଆକ୍ରାନ୍ତ ଆରୋଗ୍ୟ ହେଉଛନ୍ତି। ହେଲେ ଦୀର୍ଘଦିନ ଧରି ରୋଗୀଙ୍କୁ ଦହଗଞ୍ଜ କରୁଛି କରୋନାର ପ୍ରଭାବ। ମହାମାରୀର ମାୟା ଜାଲରୁ କେମିତି ମୁକୁଳିବେ? ଆଉ କେମିତି ଜିଇଁବେ କୋଭିଡ୍‌ ପରବର୍ତ୍ତୀ ଜୀବନ? କିଭଳି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ? ପରାମର୍ଶର ଲମ୍ବା ତାଲିକା ସହ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି […]

boostin

Manoranjan Sial
  • Published: Sunday, 13 September 2020
  • , Updated: 13 September 2020, 07:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଉଗ୍ରରୂପ ଧାରଣ କରୁଛି। ପ୍ରତିଦିନ ଶହ ଶହ ଲୋକ ଆକ୍ରାନ୍ତ ହେଉଛନ୍ତି। ଚିକିତ୍ସା ପରେ କରୋନା ଆକ୍ରାନ୍ତ ଆରୋଗ୍ୟ ହେଉଛନ୍ତି। ହେଲେ ଦୀର୍ଘଦିନ ଧରି ରୋଗୀଙ୍କୁ ଦହଗଞ୍ଜ କରୁଛି କରୋନାର ପ୍ରଭାବ। ମହାମାରୀର ମାୟା ଜାଲରୁ କେମିତି ମୁକୁଳିବେ? ଆଉ କେମିତି ଜିଇଁବେ କୋଭିଡ୍‌ ପରବର୍ତ୍ତୀ ଜୀବନ? କିଭଳି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ? ପରାମର୍ଶର ଲମ୍ବା ତାଲିକା ସହ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ପୋଷ୍ଟ କୋଭିଡ୍‌ ମ୍ୟାନେଜମେଣ୍ଟ ପ୍ରଟୋକଲ୍‌। ଯେଉଁଥିରେ ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ହସ୍ପିଟାଲ୍‌ ସ୍ତରରେ କି କି ପଦକ୍ଷେପ ନିଆଯିବା ଦରକାର ସେନେଇ ମାର୍ଗଦର୍ଶିକାରେ ରହିଛି।

ଫୋକସ୍‌ରେ ରହିଛି ବ୍ୟକ୍ତିଗତ ଘରୋଇ ଉପଚାର। ଯେମିତିକି ପର୍ଯ୍ୟପ୍ତ ପରିମାଣର ଉଷୁମ ପାଣି ପିଇବା, ସାମର୍ଥ ମୁତାବକ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ ଆଦି କରିବା, ଶରୀର ସହିଲା ଭଳି ପ୍ରତ୍ୟହ ମର୍ଣ୍ଣିଂ ଓ ଇଭିନିଂ ଓ୍ୱାକ କରିବା ସହ ସନ୍ତୁଳିତ, ପୁଷ୍ଟିଯୁକ୍ତ, ତଟକା ହାଲକା ଖାଦ୍ୟ ଖାଇବା। ଏଥିସହ ଧୂମପାନ ଓ ମଦ୍ୟପାନଠାରୁ ପୂରା ଦୂରେଇ ରହିବା ସହ ପର୍ଯ୍ୟପ୍ତ ସମୟ ନିଦ୍ରା ଯିବା ଏବଂ ବିଶ୍ରାମ ନେବାକୁ କୁହାଯାଇଛି।

ସେହିପରି ପ୍ରତିଦିନ ଶରୀରର ତାପମାତ୍ରା, ରକ୍ତଚାପ ଓ ଡାଇବେଟିସ୍‌ ମନିଟରିଂ କରିବା ସହ ଆୟୁଷ ଡାକ୍ତରଙ୍କ ପରାମର୍ଶରେ ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ ଆୟୁର୍ବେଦିକ ଔଷଧ ସେବନର ପରାମର୍ଶ ଦିଆଯାଇଛି।

କୋଭିଡ୍‌ରୁ ସୁସ୍ଥ ହେଉଥିବା ରୋଗୀଙ୍କଠାରେ ଲମ୍ବା ସମୟ ଧରି ଥକାପଣ, ଶରୀର ପିଡ଼ା, ଗଳାଫୁଲା, ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଭଳି ସମସ୍ୟା ଦେଖାଯାଉଥିବାରୁ ଏଥିରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶରେ କେଉଁ ଔଷଧ କିଭଳି ସେବନ କରାଯିବା କଥା ତାହା ମଧ୍ୟ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ଯେଉଁଥିରେ ୧୫ ଦିନ ପାଇଁ ନିୟମିତ ନିର୍ଦ୍ଦିଷ୍ଟ ଡୋଜ୍‌ ଏବଂ ଅନ୍ତରରେ ଆୟୁଷ କ୍ୱାଥ୍‌, ସମଶାମଣି ବଟି, ଉଷୁମ ପାଣି ସହ ଗୁଳୁଚି ଚୂର୍ଣ୍ଣ, ଅଶ୍ୱଗନ୍ଧା ବଟି କିମ୍ବା ଚୂର୍ଣ୍ଣ, ଅଁଳା ଫଳ କିମ୍ବା ଚୂର୍ଣ୍ଣ ଖାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି କାଶ, କଫ ଲାଗି ରହିଲେ ଉଷୁମ କ୍ଷୀର ସହ ଅଧଚାମଚ ହଳଦୀ ପକାଇ ସକାଳ ସାନ୍ଧ୍ୟାରେ ପିଇବା, ହଳଦୀ କିମ୍ବା ଲୁଣ ପାଣିରେ ଗାର୍ଗଲିଂ କରିବା ଏବଂ ପ୍ରତ୍ୟହ ଦିନକୁ ଥରେ ଚ୍ୟାବନପ୍ରାସ୍‌ ଖାଇବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଗୋଷ୍ଠୀଗତ ସ୍ତରରେ କରୋନାରୁ ସୁସ୍ଥ ରୋଗୀ ସେମାନଙ୍କ ସକରାତ୍ମକ ଅଭିଜ୍ଞତାକୁ  ସାଙ୍ଗସାଥି, ବନ୍ଧୁବାନ୍ଧବଙ୍କ ସହ ବାଣ୍ଟିବା ଏବଂ ରୋଗ ସଂପର୍କରେ ସଚେତନତା ସୃଷ୍ଟି ଦିଗରେ ଉଦ୍ୟମ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ହସ୍ପିଟାଲ୍‌ ସ୍ତରରେ ମଧ୍ୟ ରୋଗମୁକ୍ତ ହେବାର ୭ ଦିନ ଭିତରେ ରୋଗୀଙ୍କ ସହ ବ୍ୟକ୍ତିଗତ କିମ୍ବା ଫୋନ ମାଧ୍ୟମରେ ଯୋଗାଯୋଗ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଅନୁଧ୍ୟାନ ପାଇଁ ପରାମର୍ଶ ଦିଆଯାଇଛି। ଏସବୁ ଭିତରେ ସୁସ୍ଥ ରୋଗୀଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତ୍ୱ ପାଳନ ଭଳି କରୋନା ଲଢ଼େଇର ମୌଳିକ ବ୍ୟବହାରକୁ ଜାରି ରଖିବାକୁ କୁହାଯାଇଛି।

Related story