‘ପାରିଶ୍ରମିକ ନ ଦେଲ ନାହିଁ ଆମକୁ ପୁନଃ ନିଯୁକ୍ତି ଦିଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “୩ ମାସ ନିଜ ଜୀବନକୁ ବିପଦରେ ପକାଇଥିଲୁ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ବିଧାୟକ, ମନ୍ତ୍ରୀ ଘରେ ରହିଥିବା ବେଳେ ଆମେ ଛୁଆଙ୍କୁ ଘରେ ଛାଡ଼ିଦେଇ କାମ କରିଛୁ। କୋଭିଡ ପଜିଟିଭଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ସେବା କରିଛୁ।  ନିଜେ ପଜିଟିଭ ହୋଇଛୁ। ଘର ଘର ବୁଲି ସର୍ଭେ କରିଛୁ।  ହେଲେ ୩ ମାସ  କାମ କଲା ପରେ ବି ଆମ ପାରିଶ୍ରମିକ ଦେଇନାହାନ୍ତି। ପାରିଶ୍ରମିକ ନ ମିଳିଲେ ନାହିଁ ଆମକୁ ପୁନଃ ନିଯୁକ୍ତି […]

bbsr-1

Niharika Rout
  • Published: Thursday, 03 December 2020
  • , Updated: 03 December 2020, 02:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “୩ ମାସ ନିଜ ଜୀବନକୁ ବିପଦରେ ପକାଇଥିଲୁ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ବିଧାୟକ, ମନ୍ତ୍ରୀ ଘରେ ରହିଥିବା ବେଳେ ଆମେ ଛୁଆଙ୍କୁ ଘରେ ଛାଡ଼ିଦେଇ କାମ କରିଛୁ। କୋଭିଡ ପଜିଟିଭଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ସେବା କରିଛୁ।  ନିଜେ ପଜିଟିଭ ହୋଇଛୁ। ଘର ଘର ବୁଲି ସର୍ଭେ କରିଛୁ।  ହେଲେ ୩ ମାସ  କାମ କଲା ପରେ ବି ଆମ ପାରିଶ୍ରମିକ ଦେଇନାହାନ୍ତି। ପାରିଶ୍ରମିକ ନ ମିଳିଲେ ନାହିଁ ଆମକୁ ପୁନଃ ନିଯୁକ୍ତି ଦିଅନ୍ତୁ।” କୋହଭରା କଣ୍ଠରେ ଏପରି କହିଛନ୍ତି କରୋନା ମହାମାରୀ ବେଳେ ରାଜ୍ୟର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ କୋଭିଡ୍ କେୟାର ହୋମ୍‌ରେ ନିଯୁକ୍ତି ପାଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀ।

କରୋନା ଦୂର ହୋଇନଥିବାବେଳେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବାରୁ ସେମାନେ ଏବେ ରାଜଧାନୀର ରାଜରାସ୍ତାରେ ଶୀତ କାକରରେ ପଡ଼ି ରହି ପ୍ରତିବାଦ ଜଣାଉଛନ୍ତି।  ଆଜି  ମାର୍ଗଶୀର ମାସ ଗୁରୁବାର ହୋଇଥିବାରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିବା ସହ ମାଣ ବସାଇ ପ୍ରତିବାଦ କରିଛନ୍ତି ।

ପୁଣିଥରେ ନିଯୁକ୍ତି ଦେଇ ଚାକିରୀକୁ ସ୍ଥାୟୀ କରିବା ଲାଗି ଦାବି କରିଛି ଅଲ୍ ଓଡ଼ିଶା କୋଭିଡ କେୟାର ହୋମ୍ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ।  ଦାବି ପୂରଣ ନ ହେଲେ ସମଗ୍ର ଓଡ଼ିଶାରେ ନିଯୁକ୍ତି ପାଇଥିବା ୭ ହଜାରରୁ ଊର୍ଦ୍ଧ୍ୱ ମହିଳା ସ୍ୱାସ୍ଥ୍ୟକର୍ମୀ ଏକ ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦାବି ପାଇଁ ବସି ରହିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି।

Related story