ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶ୍ନ- ଆମେ କ’ଣ ନାରୀ ଓ ମା’ ନୁହଁ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବେଳେ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସେବା ଯୋଗାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସେମାନଙ୍କୁ ଛଟେଇ କରିଦେଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି, ସ୍ଥାୟୀ ନିଯୁକ୍ତି ଦାବିରେ କୋଭିଡ୍‌ କେୟାର ହୋମ୍‌ ମହିଳା ସ୍ୱାସ୍ଥ୍ୟକର୍ମୀ ଭୁବନେଶ୍ୱର ଲୋୟର୍‌ ପିଏମଜିରେ ୮୫ ଦିନ ହେଲା ଧାରଣାରେ ବସିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଆଉ ପ୍ରଶ୍ନ କରିଛନ୍ତି, ନାରୀ […]

health-worker

Manoranjan Sial
  • Published: Friday, 19 February 2021
  • , Updated: 19 February 2021, 06:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବେଳେ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସେବା ଯୋଗାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସେମାନଙ୍କୁ ଛଟେଇ କରିଦେଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି, ସ୍ଥାୟୀ ନିଯୁକ୍ତି ଦାବିରେ କୋଭିଡ୍‌ କେୟାର ହୋମ୍‌ ମହିଳା ସ୍ୱାସ୍ଥ୍ୟକର୍ମୀ ଭୁବନେଶ୍ୱର ଲୋୟର୍‌ ପିଏମଜିରେ ୮୫ ଦିନ ହେଲା ଧାରଣାରେ ବସିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଆଉ ପ୍ରଶ୍ନ କରିଛନ୍ତି, ନାରୀ ଓ ମା’କୁ ସମ୍ମାନ କଥା କହୁଥିବା ରାଜ୍ୟ ସରକାରଙ୍କ ପାଇଁ ଆମେ କଣ ନାରୀ ଓ ମା’ ନୋହୁଁ କି?

କରୋନା ବେଳେ ପଞ୍ଚାୟତ ସ୍ତରୀୟ କୋଭିଡ୍‌ କେୟାର୍‌ ହୋମ୍‌ ପ୍ରତିଷ୍ଠା କରାଯାଇଥିଲା। ସେଠାରେ ଏହି ମହିଳା ସ୍ୱାସ୍ଥ୍ୟକର୍ମୀମାନେ ନିଯୁକ୍ତି ପାଇଥିଲେ। କରୋନାର କୋପ କମିବା ପରେ ସେମାନଙ୍କୁ ବାହାର କରି ଦିଆଯାଇଥିଲା। ଏବେ ନିଜ ସମ୍ମାନକୁ ବାଜି ଲଗାଇ ଦୀର୍ଘଦିନ ହେଲା ଧାରଣାରେ ବସିଛନ୍ତି। କିନ୍ତୁ ରାଜ୍ୟ ସରକାର ସେମାନଙ୍କ କଥା ଶୁଣୁ ନଥିବା ସ୍ୱାସ୍ଥ୍ୟ କର୍ମୀମାନେ ଅଭିଯୋଗ କରିଛନ୍ତି।

[caption id="attachment_620601" align="aligncenter" width="650"] ଭୁବନେଶ୍ୱରରେ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ପ୍ରତିବାଦ କରୁଛନ୍ତି[/caption]

କୋଭିଡ କେୟାର ହୋମ ସ୍ୱାସ୍ଥ୍ୟକର୍ମୀ ମଧୁସ୍ମିତା ବେହେରା କହିଛନ୍ତି, ଆମକୁ ଅବହେଳା ଓ ଅସମ୍ମାନ କରୁଛନ୍ତି ସରକାର? ନାରୀ ଓ ମା’କୁ ସମ୍ମାନ କଥା କହୁଥିବା ଏହି ସରକାର ପାଇଁ ଆମେ କଣ ନାରୀ ଓ ମା’ ନୋହୁଁ କି ? ଆମ କଥା କଣ ତାଙ୍କୁ ଶୁଣାଯାଉନି ନା ତାଙ୍କ ଆଖିକୁ ଦେଖାଯାଉନି? ଯଦି ସରକାର ଆମ ଦାବି ନ ରଖନ୍ତି, ଆଗାମୀ ପଞ୍ଚାୟତ ନିର୍ବାଚନରେ ଆମେ ଧାରଣାରେ ବସିଥିବା ୭ ହଜାର ଭଉଣୀଙ୍କ ପରିବାର ଭୋଟ ବର୍ଜନ କରିବୁ। ଗାଁରେ ଘର ଘର ବୁଲି ଭୋଟ ବର୍ଜନ ପାଇଁ ପ୍ରଚାର କରିବୁ ବୋଲି ମଧୁସ୍ମିତା।

 

Related story