ଲକ୍ଷେ ଶିବ ପୂଜି ପାଇଥିବା ପୁଅ ଏବେ ପର କରିଦେଲା, ବୋହୂ କହିଲେ-ମେଳା ଦେଖିଯାଇ ହଜିଗଲେ

ଚାନ୍ଦବାଲି(ବାସୁଦେବ ଦାସ): କୁହାଯାଏ, ଜନନୀ ସ୍ୱର୍ଗଗଠୁ ବି ବଡ଼। କିନ୍ତୁ ଆଜିର ସ୍ୱାର୍ଥପର ଦୁନିଆରେ କୁଳାଙ୍ଗାର ପୁଅ ପାଇଁ ମା’ସ୍ୱର୍ଗ ନୁହେଁ, ଏକ ବୋଝ ପାଲଟିଛି।  ନିଜ ଜନ୍ମକଲା ପୁଅ କେତେ ନିଷ୍ଠୁର ପାଲଟିପାରେ, ତାର ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ।  ସେଠାରେ ଥିବା ଏକ ଆହାର କେନ୍ଦ୍ରରେ ନିଜ ୯୦ ବର୍ଷୀୟା ବୁଢ଼ୀ ମାଆକୁ ଅସହାୟ ଅବସ୍ଥାରେ ଛାଡ଼ି ଦେଇ ଘରକୁ ପଳାଇଛନ୍ତି ପୁଅବୋହୂ । ଶେଷରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ […]

900

900

Tapas Behera
  • Published: Tuesday, 05 November 2019
  • Updated: 06 November 2019, 07:43 AM IST

Sports

Latest News

ଚାନ୍ଦବାଲି(ବାସୁଦେବ ଦାସ): କୁହାଯାଏ, ଜନନୀ ସ୍ୱର୍ଗଗଠୁ ବି ବଡ଼। କିନ୍ତୁ ଆଜିର ସ୍ୱାର୍ଥପର ଦୁନିଆରେ କୁଳାଙ୍ଗାର ପୁଅ ପାଇଁ ମା’ସ୍ୱର୍ଗ ନୁହେଁ, ଏକ ବୋଝ ପାଲଟିଛି।  ନିଜ ଜନ୍ମକଲା ପୁଅ କେତେ ନିଷ୍ଠୁର ପାଲଟିପାରେ, ତାର ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ।  ସେଠାରେ ଥିବା ଏକ ଆହାର କେନ୍ଦ୍ରରେ ନିଜ ୯୦ ବର୍ଷୀୟା ବୁଢ଼ୀ ମାଆକୁ ଅସହାୟ ଅବସ୍ଥାରେ ଛାଡ଼ି ଦେଇ ଘରକୁ ପଳାଇଛନ୍ତି ପୁଅବୋହୂ । ଶେଷରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଚିତ୍ର ଥିଲା ଏମିତି। ଯାହାକୁ ପାଖରେ ପାଉଛନ୍ତି, ବାପା ବାପା ଡାକି ହାତକୁ ଅଣ୍ଡାଳି ପକାଉଛନ୍ତି। କାଳେ ତାଙ୍କ ପୁଅ ଫେରି ଆସିଲା କି? କାକୁତି ମିନତି ହେଉଛନ୍ତି, ମୋତେ ଟିକେ ଗାଡ଼ିରେ ବସେଇ ଦିଅ, ଗାଁକୁ ଯିବି। ଆଖିକୁ ଦିଶୁନି, କାନକୁ ଭଲ ଶୁଭୁନି। ଅଣ୍ଟାରେ ଉଠିବାକୁ ବି ଜୁ ନାହିଁ । ଏଇ ବୟସରେ ମାଆକୁ ବୋଝ ଭାବି ଆହାର କେନ୍ଦ୍ର ବାରଣ୍ଡାରେ ଛାଡ଼ି ପଳାଇଛି ପୁଅ।  ଆଉ ନିଜ ରକ୍ତ ଧୋକା ଦେବା ପରେ, ବୁଢ଼ୀ ମାଆର ସମ୍ବଳ କହିଲେ ଖଣ୍ଡିଏ ବାଡ଼ି ଓ କେଇ ଟୋପା ଲୁହ।

କୁନ୍ତଳା ପୋଥାଳ। ବୟସ ପ୍ରାୟ ୯୦ ହେବ।  ଘର କେତେବେଳେ ଭଦ୍ରକ ମହୁଲିଆ କହୁଛନ୍ତି, ତ କେତେବେଳେ କେନ୍ଦ୍ରାପଡ଼ା।  ଗତକାଲି ଦିନ ତମାମ ଚାନ୍ଦବାଲି ଆହାର କେନ୍ଦ୍ର ବାରଣ୍ଡାରେ ପଡ଼ି ରହିବା ପରେ ରାତି ହେବାରୁ ସ୍ଥାନୀୟ ଲୋକେ ତାଙ୍କ କଥା ପଚାରି ବୁଝିଥିଲେ।  ଆଉ ବୃଦ୍ଧା ଜଣକ ଖନେଇ ଖନେଇ କହିଲେ ପୁଅ ଅର୍ଜୁନ ଓ ବୋହୂ କାଳୀ ତାଙ୍କୁ ମାଡ଼ ମାରି ଏଇଠି ଛାଡ଼ି ଦେଇ ଯାଇଛନ୍ତି।

ରାତି ବଢ଼ୁଥିବାରୁ ଆହାର କେନ୍ଦ୍ର କର୍ମଚାରୀ ତାଙ୍କୁ କିଛି ଖାଇବାକୁ ଦେଇଥିଲେ ଓ ଅପେକ୍ଷା କରିଥିଲେ କାଳେ କିଏ ତାଙ୍କୁ ନେବା ପାଇଁ ଆସିବ।  କେହି ନଆସିବାରୁ, ଲୋକେ ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କୁ ଜଣାଇଥିଲେ । କିନ୍ତୁ ସେମାନେ କୌଣସି ଆଗ୍ରହ ନଦେଖାଇବାରୁ, ଆମ ପ୍ରତିନିଧି ତହସିଲଦାରଙ୍କୁ ଜଣାଇଥିଲେ।  ଶେଷରେ ତହସିଲଦାରଙ୍କ ପ୍ରଚେଷ୍ଟାରେ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ସେପଟେ କେନ୍ଦ୍ରାପଡ଼ା କନ୍ୟାଜୋରରେ ରହୁଥିବା ବୋହୂ କହିଛନ୍ତି ମେଳା ଦେଖିଯାଇ ହଜିଗଲେ। ବୃଦ୍ଧାବସ୍ଥାରେ ଯେତେବେଳେ ବାପାମାଆଙ୍କୁ ପିଲାଙ୍କ ସାହାରାର ଅଧିକ ଆବଶ୍ୟକତା ଥାଏ, ସେତେବେଳେ ସେମାନଙ୍କ ଏଭଳି ସ୍ୱାର୍ଥପରତା ନିନ୍ଦନୀୟ ନିଶ୍ଚୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story