ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ତାତିବ
- Published: Friday, 02 February 2018
- , Updated: 02 February 2018, 11:34 AM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ତାତି ବଢ଼ିବ । ଏହା ପରଠୁ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏବେ ରାଜ୍ୟରେ ଅଧିକାଂଶ ଅଞ୍ଚଳର ତାପମାତ୍ରାରେ ବୃଦ୍ଧି ପାଇଥିଲେ ମଧ୍ୟ ରାତିରେ ଅଧିକ ଶୀତ ଅନୁଭୁତ ହେଉଛି। ଦିନର ତାପମାତ୍ରା ଅପେକ୍ଷାକୃତ ଅଧିକ ରହୁଛି।</p>
<p>ଆସନ୍ତାକାଲିଠୁ ଧୀରେ ଧୀରେ ରାତିର ତାପାମାତ୍ରା ମଧ୍ୟ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ସେଲସିଅସ୍‌ ଥିଲା। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିଅସ୍‌ ରେକର୍ଡ କରାଯାଇଥିଲା।</p>