ତୃତୀୟ ଦିନରେ ଭୁବନେଶ୍ୱରର ପାରଦ ଡେଇଁଲା ୪୦ ଡିଗ୍ରୀ

Ordigital Desk
  • Published: Tuesday, 19 June 2018
  • , Updated: 19 June 2018, 09:43 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୧ଟା ବେଳେକୁ ରାସ୍ତାଘାଟ ଶୂନ୍&zwnj;ଶାନ୍ତ ହୋଇଯାଉଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବନ ଯାତ୍ରା ପ୍ରବାଭିତ ହୋଇଛି। ଗରମରୁ ନିସ୍ତାର ପାଇନି ରାଜଧାନୀ ଭୁବନେଶ୍ୱର। ଲଗାତାର ୩ ଦିନ ଧରି ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଆଜି ଭୁବନେଶ୍ୱରରେ ତାପମାତ୍ରା ୪୨.୩ ଡିଗ୍ରୀ ରହିଛି। ସେହିପରି ବାରିପଦାରେ ୪୨, ତାଳଚେରରେ ୪୧.୯, ଅନୁଗୋଳରେ ୪୧.୭, ଚାନ୍ଦବାଲିରେ ୪୦.୮, ଟିଟିଲାଗଡ଼ରେ ୪୦.୫, ବାଲେଶ୍ୱରରେ ୪୦.୫, ବଲାଙ୍ଗୀରରେ ୪୦.୫, ଢେଙ୍କାନାଳରେ ୪୦.୨, କଟକରେ ୪୦.୧, ସୋନପୁରରେ ୩୯.୬, ହୀରାକୁଦରେ ୩୯.୬, ସମ୍ବଲପୁରରେ ୩୯.୪, ଝାରସୁଗୁଡାରେ ୩୯.୨, ଫୁଲବାଣୀରେ ୩୮.୫, କେନ୍ଦୁଝରରେ ୩୭.୯, ଭବାନୀପାଟଣାରେ ୩୭.୫, ସୁନ୍ଦରଗଡ଼ରେ ୩୭, ପାରାଦୀପରେ ୩୬.୪, ମାଲକାନଗିରିରେ ୩୬, ଦାରିଂଗବାଡ଼ିରେ ୩୫.୫, ପୁରୀରେ ୩୫.୬, ଗୋପାଳପୁରରେ ୩୪ ଓ କୋରାପୁଟର ତାପମାତ୍ରା ୩୩.୨ ଡିଗ୍ରୀ ସେଲସିଅସ ରହିଛି।</p>

Related story