ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଖଇଫୁଟା ତାତି; ୪୫.୮ରେ ସିଝିଲା ସୋନପୁର

ଭୁବନେଶ୍ୱର: ଟ୍ରାପ୍‌ଲାଇନ୍ ପ୍ରଭାବରେ ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଛି। ତେବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ଜଳୁଛି। ୪୫.୮ ଡିଗ୍ରୀ ସହିତ ଆଜି ସୋନପୁର ପାଲଟିଥିଲା ରାଜ୍ୟର ଉତ୍ତପ୍ତ ସହର। ଆଜି ରାଜ୍ୟର ୧୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସେଗୁଡ଼ିକ ମଧ୍ୟରୁ ୧୪ଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ବା ତା’ ଉପରେ ରହିଥିଲା। ଟିଟିଲାଗଡ଼ରେ ତାପମାତ୍ରା ୪୫.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୪.୫, ବଲାଙ୍ଗିରରେ […]

heat-wave

Rakesh Mallick
  • Published: Friday, 15 April 2016
  • , Updated: 15 April 2016, 04:39 PM IST

ଭୁବନେଶ୍ୱର: ଟ୍ରାପ୍‌ଲାଇନ୍ ପ୍ରଭାବରେ ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଛି। ତେବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ଜଳୁଛି। ୪୫.୮ ଡିଗ୍ରୀ ସହିତ ଆଜି ସୋନପୁର ପାଲଟିଥିଲା ରାଜ୍ୟର ଉତ୍ତପ୍ତ ସହର।

ଆଜି ରାଜ୍ୟର ୧୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସେଗୁଡ଼ିକ ମଧ୍ୟରୁ ୧୪ଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ବା ତା’ ଉପରେ ରହିଥିଲା। ଟିଟିଲାଗଡ଼ରେ ତାପମାତ୍ରା ୪୫.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୪.୫, ବଲାଙ୍ଗିରରେ ୪୪.୦, ହୀରାକୁଦରେ ୪୩.୬, ସମ୍ବଲପୁରରେ ୪୩.୪ ଓ ଝାରସୁଗୁଡ଼ାରେ ୪୩.୬ ଡିଗ୍ରୀ ରହିଥିଲା।

ଢେଙ୍କାନାଳରେ ତାପମାତ୍ରା ୪୩.୩ ଡିଗ୍ରୀ ରହିଥିବା ବେଳେ ତାଳଚେରରେ ୪୨.୮, ଅନୁଗୋଳରେ ୪୨.୭, କେନ୍ଦୁଝରରେ ୪୨.୦, ଫୁଲବାଣୀରେ ୪୧.୦, ମାଲକାନଗିରିରେ ୪୪.୦, ବାରିପଦାରେ ୪୩.୫ ଡିଗ୍ରୀ ଓ ଚାନ୍ଦବାଲିରେ ୪୧.୫ ଡିଗ୍ରୀ  ରେକର୍ଡ କରାଯାଇଥିଲା।

ଭୁବନେଶ୍ୱର ଓ କଟକରେ ଆଜି ତାପମାତ୍ରା ଯଥାକ୍ରମେ ୪୦.୪ ଓ ୩୯.୫ ଡିଗ୍ରୀ ରହିଥିଲା।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଉପକୂଳ ଓଡ଼ିଶାରେ ତାପମାତ୍ରା କମ୍ ଥିଲେ ହେଁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ସ୍ଥିତି ବଦଳିବ ନାହିଁ। ଅର୍ଥାତ ଏହି ସ୍ଥାନଗୁଡ଼ିକରେ ତାପମାତ୍ରା ୪୦-୪୨ ଡିଗ୍ରୀ ଉପରେ ରହିବ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି,“ଓଡ଼ିଶା ଦେଇ ଏକ ଟ୍ରାପ୍‌ଲାଇନ୍ ଯାଇଛି। ସେହି ଟ୍ରାପ୍‌ଲାଇନ୍ ପ୍ରଭାବରେ ଉପକୂଳ ଓଡ଼ିଶାରେ ପବନର ପ୍ରବାହ ପ୍ରାୟ ଦକ୍ଷିଣ-ପଶ୍ଚିମ ଦିଗରୁ ରହୁଛି। ଏହାର ବେଗ ଘଣ୍ଟାପ୍ରତି ୨୦ କିଲୋମିଟର ରହୁଛି। କିନ୍ତୁ ଏହି ଟ୍ରାପ୍‌ଲାଇନ୍‌ର ପଶ୍ଚିମରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ରହୁଛି। ଫଳରେ ସେଠାରେ ପବନର ପ୍ରବାହ ଉତ୍ତର-ପଶ୍ଚିମ ବା ପଶ୍ଚିମ ଦିଗରୁ ହେଉଛି। ଫଳରେ ସେଠାରେ ତାପମାତ୍ରା ଅଧିକ ରହିବାର ସମ୍ଭାବନା ରହୁଛି।”

Related story