ତାତିରେ ସିଝୁଛି ସାରା ଓଡ଼ିଶା: ୯ ଜିଲ୍ଲାରେ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବଢ଼ି ଚାଲିଛି। ଗତକାଲି ଦୁଇଟି ସହରରେ ତାପମାତ୍ରା ୪୬ ଡିଗ୍ରୀ ସେଲ୍‌ସିୟସ୍ ଟପି ଥିଲା।  ୪୬.୫ ଡିଗ୍ରୀ ସେଲ୍‌ସିୟସ୍‌ ସହ ଟିଟିଲାଗଡ଼ରେ ରେକର୍ଡ କରିଛି ପାରଦ। ସେହିପରି ବଲାଙ୍ଗିରରେ ପାରଦ ୪୬.୩ ଡିଗ୍ରୀ ଛୁଇଁଥିଲା। ଏହା ସହିତ ରାଜ୍ୟର ଆଉ ୭ଟି ସହରରେ ପାରଦ ୪୪ ଡିଗ୍ରୀ ପାର୍ କରିଥିଲା। ରାଜ୍ୟରେ ଏଭଳି ସ୍ଥିତି ଆହୁରି ୪ ଦିନ ଯାଏ ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ […]

heat-wave

Jyoshna Pradhan
  • Published: Sunday, 26 May 2019
  • , Updated: 26 May 2019, 09:52 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବଢ଼ି ଚାଲିଛି। ଗତକାଲି ଦୁଇଟି ସହରରେ ତାପମାତ୍ରା ୪୬ ଡିଗ୍ରୀ ସେଲ୍‌ସିୟସ୍ ଟପି ଥିଲା।  ୪୬.୫ ଡିଗ୍ରୀ ସେଲ୍‌ସିୟସ୍‌ ସହ ଟିଟିଲାଗଡ଼ରେ ରେକର୍ଡ କରିଛି ପାରଦ। ସେହିପରି ବଲାଙ୍ଗିରରେ ପାରଦ ୪୬.୩ ଡିଗ୍ରୀ ଛୁଇଁଥିଲା। ଏହା ସହିତ ରାଜ୍ୟର ଆଉ ୭ଟି ସହରରେ ପାରଦ ୪୪ ଡିଗ୍ରୀ ପାର୍ କରିଥିଲା।

ରାଜ୍ୟରେ ଏଭଳି ସ୍ଥିତି ଆହୁରି ୪ ଦିନ ଯାଏ ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ୯ଟି ଜିଲ୍ଲାରେ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ସୁନ୍ଦରଗଡ଼, ଝାରସୁଗୁଡ଼ା,ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା।

 

Related story