ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି। ଗତ କିଛି ଦିନ ଧରି ରାଜ୍ୟର ୧୦ରୁ ଅଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଛୁଇଁଲାଣି । ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୩-୪ ଦିନରେ ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଗରମକୁ ଆହୁରି ବଳିଯାଇଛି ବିଦ୍ୟୁତ କାଟ୍ ଓ ଜଳକଷ୍ଟ। ଲାଗୁଛି ଯେମିତି ଆକାଶରୁ ଜଳନ୍ତା ଅଙ୍ଗାର ବର୍ଷୁଛି । ଗତ ୨-୩ […]

heat

Tapas Behera
  • Published: Sunday, 12 May 2019
  • , Updated: 12 May 2019, 10:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି। ଗତ କିଛି ଦିନ ଧରି ରାଜ୍ୟର ୧୦ରୁ ଅଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଛୁଇଁଲାଣି । ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୩-୪ ଦିନରେ ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଗରମକୁ ଆହୁରି ବଳିଯାଇଛି ବିଦ୍ୟୁତ କାଟ୍ ଓ ଜଳକଷ୍ଟ।

ଲାଗୁଛି ଯେମିତି ଆକାଶରୁ ଜଳନ୍ତା ଅଙ୍ଗାର ବର୍ଷୁଛି । ଗତ ୨-୩ ଦିନ ହେଲା ରାଜ୍ୟରେ ୧୦ରୁ ଅଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିବାବେଳେ ବଲାଙ୍ଗିର, ସମ୍ବଲପୁର, ଝାରସୁଗୁଡା, ଟିଟଲାଗଡ ଭଳି ସ୍ଥାନରେ ପାରଦ ୪୪ରୁ ୪୫ ଡିଗ୍ରୀ ମଧ୍ୟରେ ରହୁଛି ।

ଗରମ ଓ ଗୁଳୁଗୁଳିରେ ଲୋକେ ସନ୍ତୁଳି ହେଉଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ୍ ଓ ଲୋ ଭୋଲଟେଜ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେଇଛି। ଏପଟେ ଫୋନି ମାଡରୁ ସଳଖିବାକୁ ଚେଷ୍ଟା କରୁଥିବା ଭୁବନେଶ୍ୱରବାସୀଙ୍କୁ ମଧ୍ୟ ଅସ୍ତବ୍ୟସ୍ତ କରିପକାଇଲାଣି ତାତି ଓ ଗୁଳୁଗୁଳି । ଏପଟେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ।

ପୂର୍ବ ବିହାରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବ ଉତ୍ତର, ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଓଡିଶାରେ ପଡିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୩-୪ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Related story