ଆହୁରି ୨୪ ଘଣ୍ଟା ବର୍ଷିବ: ପାରାଦୀପ ଓ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ
Ordigital Desk
• Published: Friday, 20 October 2017
• , Updated: 20 October 2017, 06:00 PM IST
ଭୁବନେଶ୍ୱର: ଅବପାତ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। ଉତ୍ତର ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଅବପାତକୁ ଦୃଷ୍ଟିରେ ରଖି ପାରାଦୀପ ଏବଂ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ୮ ଜିଲ୍ଲାର ୨୫ ବ୍ଲକରେ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ଏହିସବୁ ବ୍ଲକରେ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ପୁରୀ ଜିଲ୍ଲା କଣାସ ବ୍ଲକରେ ସର୍ବାଧିକ ୨୭୪ ମିମି ବର୍ଷା ହୋଇଥିବା ବେଳେ ମୟୂରଭଂଜର ଖୁଣ୍ଟା ଓ ଗୋପବନ୍ଧୁ ନଗରରେ ୨୧୭ ମିମି ବର୍ଷା ହୋଇଛି। ସେହିପରି ଜଗତସିଂହପୁର ତିର୍ତ୍ତୋଲରେ ୨୦୦ ମିଲିମିଟର ବର୍ଷା ହୋଇଛି।
ସରକାର ପ୍ରବଳ ବର୍ଷା ପାଇଁ ରାଜ୍ୟକୁ ସ୍ୱତନ୍ତ୍ର ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ନିୟମାନୁସାରେ ଏସବୁ ବ୍ଲକରେ ରିଲିଫ୍ ନେଇ ବ୍ୟବସ୍ଥା ହେବ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ରିଲିଫ୍ ଯୋଗାଣ ବ୍ୟବସ୍ଥା ହେବା ନେଇ ମଧ୍ୟ ସୂଚନା ମିଳିଛି।
ପ୍ରବଳ ବର୍ଷାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ରାୟଗଡ଼ା। ଆସନ୍ତା ୩୦ ସୁଦ୍ଧା ବର୍ଷାରେ ବାସଗୃହ ଏବଂ ଚାଷ କ୍ଷତି ଆକଳନ କରି ରିପୋର୍ଟ ଦେବାକୁ କମିଶନର ତାଙ୍କ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି।
Related story