କାଲିଠୁ ବଢ଼ିବ ଶୀତ, ନୂଆବର୍ଷରେ ବି ଥରାଇବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ । ଜାନୁଆରୀ ୨ ଯାଏଁ ଓଡ଼ିଶାରେ ପ୍ରବଳ ଶୀତ ହେବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟର ଅନେକ ସ୍ଥାନରେ ୧୧ରୁ ୧୦ ଡିଗ୍ରୀ ଯାଏ ପାରଦ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ରାଜ୍ୟର ୬ ଜିଲ୍ଲାରେ ଅତ୍ୟଧିକ ଶୀତ ନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲ୍ଲୋ ଓ୍ୱାର୍ଣ୍ଣିଂ । ଏନେଇ ଏସଆରସି ମଧ୍ୟ ସତର୍କତା […]

cold

Niharika Rout
  • Published: Tuesday, 29 December 2020
  • , Updated: 29 December 2020, 08:46 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ । ଜାନୁଆରୀ ୨ ଯାଏଁ ଓଡ଼ିଶାରେ ପ୍ରବଳ ଶୀତ ହେବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟର ଅନେକ ସ୍ଥାନରେ ୧୧ରୁ ୧୦ ଡିଗ୍ରୀ ଯାଏ ପାରଦ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲିଠାରୁ ରାଜ୍ୟର ୬ ଜିଲ୍ଲାରେ ଅତ୍ୟଧିକ ଶୀତ ନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲ୍ଲୋ ଓ୍ୱାର୍ଣ୍ଣିଂ । ଏନେଇ ଏସଆରସି ମଧ୍ୟ ସତର୍କତା  ସୂଚନା ଜାରି କରିଛନ୍ତି।

ଏହି ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ । ଶୀତ ଦୃଷ୍ଟିରୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି SRC ।

ଏପଟେ ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଛି।  ନିରାଶ୍ରୟଙ୍କ ରାତ୍ର ରହଣି ଲାଗି BMCରେ ଅସ୍ଥାୟୀ ଆଶ୍ରୟ ଗୃହ ଖୋଲିବାକୁ ଭୁବନେଶ୍ୱର ବ୍ଲକ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି BMCର ଅତିରିକ୍ତ କମିଶନର ।

ବିଭିନ୍ନ ସ୍କୁଲକୁ ସାମୟିକ ଆଶ୍ରୟ ଗୃହ ଭାବେ ବ୍ୟବହାର ଲାଗି ନିର୍ଦ୍ଦେଶ ରହିଛି । IRC ଭିଲେଜସ୍ଥିତ ସରକାରୀ ନୋଡାଲ ସ୍କୁଲରେ ଓ ବୁଦ୍ଧେଶ୍ୱରୀ କଲୋନୀର ଷ୍ଟେସନ୍ ବଜାର ୟୁପି ସ୍କୁଲରେ ଆଶ୍ରୟ ଗୃହ ଲାଗି ଚିଠି ଲେଖାଯାଇଛି।

Related story