ବାଲିଗୁଡ଼ା(ଅଜିତ ନାୟକ): ରାଜ୍ୟରେ ଶୀତ ଲହରୀ ଲାଗି ରହିଛି । କନ୍ଧମାଳରେ ମଧ୍ୟ ଶୀତର ପ୍ରକୋପରେ ଥରହର ହେଉଛନ୍ତି ଲୋକେ। ବିଶେଷକରି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଥଣ୍ଡାର ପ୍ରକୋପ ବଢ଼ିବାରୁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଶୀତରୁ ରକ୍ଷା ପାଇବା ଲାଗି ଛୋଟ ପିଲାଠାରୁ ଆରମ୍ଭ କରି ବଡ ଲୋକ ଯାଏ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳିଛି ।
ଏଥିସହ ଛୋଟଠୁ ଆରମ୍ଭ କରି ବୟସ୍କ ଖେଳ ପଡ଼ିଆରେ ବ୍ୟାୟାମ କରୁଛନ୍ତି । ଜିଲ୍ଲାର ଆଭ୍ୟନ୍ତରୀଣ ଇଲାକାରେ ଅଧିକ ଜାଡ଼ ଅନୁଭୂତ ହେଉଅଛି । ଅନେକ ଲୋକେ ଶୀତର ମଜା ମଧ୍ୟ ଉଠାଉଛନ୍ତି । ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ କରୁଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡି ସମେତ ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ରାଇକିଆ ଓ ଜି ଉଦୟଗିରି ଆଦି ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଜଣାପଡୁଛି ।