ରାଜ୍ୟରେ ତଳମୁହାଁ ପାରଦ, ୧୫ ଡିଗ୍ରୀ ତଳେ ୧୩ ସହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ତଳମୁହାଁ ପାରଦ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ୧୧ ଡିଗ୍ରୀ ଛୁଇଁଛି ପାରଦ । ୧୩ ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା ନେଇ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ସମେତ କଟକର କିଛି ସ୍ଥାନରେ କୁହୁଡି ଯୋଗୁ […]

fog-1

Niharika Rout
  • Published: Thursday, 10 December 2020
  • , Updated: 10 December 2020, 08:46 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ତଳମୁହାଁ ପାରଦ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ୧୧ ଡିଗ୍ରୀ ଛୁଇଁଛି ପାରଦ । ୧୩ ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା ନେଇ ରେକର୍ଡ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ସମେତ କଟକର କିଛି ସ୍ଥାନରେ କୁହୁଡି ଯୋଗୁ ଯାତାୟତରେ ବାଧା ଉପୁଜିଛି । ଘନ କୁହୁଡ଼ି ଯୋଗୁଁ ଗାଡ଼ି ମୋଟର ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଅଳ୍ପ କେଇ ମିଟର ଦୂରରୁ ରାସ୍ତାଘାଟ ଦେଖାଯାଉନି।

Related story