ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲାରେ ଶୀତର ଲହରୀ ଜାରି ରହିଛି। ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲିସିୟସ୍‌ ରହିଥିବା ବେଳେ ଫୁଲବାଣୀରେ ୬.୮ ଡିଗ୍ରୀ ସେଲିସିୟସ୍‌ ରେକର୍ଡ କରାଯାଇଛି। ହାଡ଼ଭଙ୍ଗା ଜାଡ଼ ଯୋଗୁ ସାଧାରଣ ଲୋକେ ବହୁତ ହଇରାଣ ହେଉଛନ୍ତି। ଗତକାଲି ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ର ୪ ଡିଗ୍ରୀକୁ ଖସି ଆସିଥିଲା। ଫଳରେ ଅନେକ ଅଞ୍ଚଳରେ ତୁଷାରପାତ ହୋଇଥିଲା। ଗ୍ରୀନବାଡ଼ି, ଲାଇନ୍‌ପଡ଼ା, ସାରିଙ୍ଗୀଇର୍ପି,ବି.ଡକେବାଡି ଓ କିଲାବାଡ଼ି ଆଦି ଅଞ୍ଚଳରେ ତୁଷାରପାତ ହୋଇଥିଲା। ଡିସେମ୍ବର ଶେଷ […]

w2-4

Tapaswini Nayak
  • Published: Thursday, 31 January 2019
  • , Updated: 31 January 2019, 11:00 AM IST

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲାରେ ଶୀତର ଲହରୀ ଜାରି ରହିଛି। ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲିସିୟସ୍‌ ରହିଥିବା ବେଳେ ଫୁଲବାଣୀରେ ୬.୮ ଡିଗ୍ରୀ ସେଲିସିୟସ୍‌ ରେକର୍ଡ କରାଯାଇଛି। ହାଡ଼ଭଙ୍ଗା ଜାଡ଼ ଯୋଗୁ ସାଧାରଣ ଲୋକେ ବହୁତ ହଇରାଣ ହେଉଛନ୍ତି।

ଗତକାଲି ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ର ୪ ଡିଗ୍ରୀକୁ ଖସି ଆସିଥିଲା। ଫଳରେ ଅନେକ ଅଞ୍ଚଳରେ ତୁଷାରପାତ ହୋଇଥିଲା। ଗ୍ରୀନବାଡ଼ି, ଲାଇନ୍‌ପଡ଼ା, ସାରିଙ୍ଗୀଇର୍ପି,ବି.ଡକେବାଡି ଓ କିଲାବାଡ଼ି ଆଦି ଅଞ୍ଚଳରେ ତୁଷାରପାତ ହୋଇଥିଲା।

ଡିସେମ୍ବର ଶେଷ ସପ୍ତାହ ଓ ଜାନୁଆରୀ ମାସ ଆରମ୍ଭରେ ମଧ୍ୟ ଦାରିଙ୍ଗବାଡ଼ି ଅଞ୍ଚଳରେ ତୁଷାରପାତ ହୋଇଥିଲା। ଡିସେମ୍ବର ୩୦ ତାରିଖରେ ଏଠାରେ ସର୍ବନିମ୍ନ ତାପମାତ୍ର ୩ ଡିଗ୍ରୀ ରହିଥିଲା। ସେହିପରି ଡିସେମ୍ବର ୩୧ ତାରିଖରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୨.୮ ଡିଗ୍ରୀ ହୋଇଯାଇଥିଲା। ସେତେବେଳେ ବି ଏ ଅଞ୍ଚଳରେ ତୁଷାରପାତ ହୋଇଥିଲା।

ମେଘୁଆ ପାଗ ଛାଡ଼ି ଯିବା ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ପୁଣି ଶୀତ ଅନୁଭୂତ ହେଉଛି।

Related story