ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥରିବ ଓଡ଼ିଶା। ରାଜ୍ୟରେ ବଢିବ ଶୀତ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ରାତିର ତାପମାତ୍ରାରେ ୪ରୁ ୫ ଡିଗ୍ରୀ ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ କିଛି ବର୍ଷ ତୁଳନାରେ ଏ ବର୍ଷ ଶୀତ କମ୍ ରହିଛି ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ଉପରେ ରହିଛି। ସେହିପରି କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ମଧ୍ୟ ବେଶି ଶୀତ ଅନୁଭୂତ ହେଉନାହିଁ । ଗତକାଲି ୧୫ ଡିଗ୍ରୀ ଉପରେ ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ରହିଥିଲା ।
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ୪ରୁ ୫ ଡିଗ୍ରୀ ହ୍ରାସ ପାଇବ ଏବଂ ଏହି ସ୍ଥିତି ପରବର୍ତ୍ତୀ ୩ ଦିନ ଯାଏଁ ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।