୪ ଦିନ ବର୍ଷା ସହ ଝଡ଼ତୋଫାନ୍‌ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ ୨୩ ରୁ ୨୬ ତାରିଖ ଯାଏଁ ବର୍ଷା ହେବ। ଏପରିକି ଝଡ଼ତୋଫାନ ଓ ବଜ୍ରପାତ ମଧ୍ୟ ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ୨୩ରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ହେବ। ୨୪ ତାରିଖରେ ପୂର୍ବ ଜିଲ୍ଲା ସହ ଖୋର୍ଦ୍ଧା, ପୁରୀ, ନୟାଗଡ଼, ୨୫ ଓ ୨୬ ତାରିଖରେ ଉପକୂଳ ଏବଂ ଉତ୍ତରାଞ୍ଚଳ […]

rain-1--1

Manoranjan Sial
  • Published: Friday, 21 February 2020
  • , Updated: 21 February 2020, 04:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ ୨୩ ରୁ ୨୬ ତାରିଖ ଯାଏଁ ବର୍ଷା ହେବ। ଏପରିକି ଝଡ଼ତୋଫାନ ଓ ବଜ୍ରପାତ ମଧ୍ୟ ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ।

୨୩ରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ହେବ। ୨୪ ତାରିଖରେ ପୂର୍ବ ଜିଲ୍ଲା ସହ ଖୋର୍ଦ୍ଧା, ପୁରୀ, ନୟାଗଡ଼, ୨୫ ଓ ୨୬ ତାରିଖରେ ଉପକୂଳ ଏବଂ ଉତ୍ତରାଞ୍ଚଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପରେ ଶୀତର ଲହରୀ ବଢ଼ିବାର ସମ୍ଭାବନା ରହିଛି।

Related story