ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା: କେଉଁଠି ପୋଲ ଭାସିଲା ତ ଆଉ କେଉଁଠି ଧସିଲା ପାହାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପ ଜନିତ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଦକ୍ଷିଣ ଓଡ଼ିଶା। ଗଂଜାମ ଓ ଗଜପତି ଜିଲ୍ଲା ଉବୁଟୁବୁ। ଲଗାଣ ବର୍ଷା ଯୋଗୁ ସୋରଡ଼ା ବ୍ଲକ୍‌ ଗୋକୁଳପୁର ନିକଟରେ ପଦ୍ମା ନଦୀ ଉପରେ ହୋଇଥିବା ପୋଲ ଭାସିଯାଇଛି। ଯାହାଫଳରେ ୧୦ ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ତେଣୁ ଜୀବନକୁ ବାଜି ଲଗାଇ ନଈ ପାର ହେଉଛନ୍ତି ଲୋକେ। ଠିକ ସେମିତି ସାନଖେମୁଣ୍ଡି ନିକଟରେ ଅସ୍ଥାୟୀ ନାଳ ଧୋଇଯିବାରୁ ଦିଗପହଣ୍ଡି-ଶେରଗଡ଼ ମୁଖ୍ୟ ରାସ୍ତାରେ ଯା’ଆସ ସଂପୂର୍ଣ୍ଣ […]

gajapati

Manoranjan Sial
  • Published: Wednesday, 14 October 2020
  • , Updated: 14 October 2020, 07:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପ ଜନିତ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଦକ୍ଷିଣ ଓଡ଼ିଶା। ଗଂଜାମ ଓ ଗଜପତି ଜିଲ୍ଲା ଉବୁଟୁବୁ। ଲଗାଣ ବର୍ଷା ଯୋଗୁ ସୋରଡ଼ା ବ୍ଲକ୍‌ ଗୋକୁଳପୁର ନିକଟରେ ପଦ୍ମା ନଦୀ ଉପରେ ହୋଇଥିବା ପୋଲ ଭାସିଯାଇଛି। ଯାହାଫଳରେ ୧୦ ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ତେଣୁ ଜୀବନକୁ ବାଜି ଲଗାଇ ନଈ ପାର ହେଉଛନ୍ତି ଲୋକେ।

ଠିକ ସେମିତି ସାନଖେମୁଣ୍ଡି ନିକଟରେ ଅସ୍ଥାୟୀ ନାଳ ଧୋଇଯିବାରୁ ଦିଗପହଣ୍ଡି-ଶେରଗଡ଼ ମୁଖ୍ୟ ରାସ୍ତାରେ ଯା’ଆସ ସଂପୂର୍ଣ୍ଣ ଠପ ହୋଇଯାଇଛି। ପୂର୍ବରୁ ବ୍ରିଜ ଭାସିଯାଇଥିବା ବେଳେ ଏଠି ଅସ୍ଥାୟୀ ପୋଲ ମଧ୍ୟ ଦୁଇ ଥର ଭାସିଗଲାଣି। ସେହିପରି ବ୍ରହ୍ମପୁର ଶାନ୍ତି ନଗରରେ ଜଳବନ୍ଦୀ ଅବସ୍ଥାରେ ୩ ଦିନ ହେଲା ଲୋକେ ରହିଛନ୍ତି। ଘରୁ ବାହାରି ପାରୁ ନାହାନ୍ତି। ଅନେକଙ୍କ ଘରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି।

ଖରି ନଦୀର ବନ୍ୟାପାଣି ପୁରୁଷୋତ୍ତମପୁର ବ୍ଲକର ହଜାର ହଜାର ହେକ୍ଟର ଧାନ ଜମିକୁ ମାଡ଼ି ଯାଇଛି। ସେପଟେ ପ୍ରବଳ ବର୍ଷାରେ ପାତ୍ରପୁର ବ୍ଲକ ତଡ଼କାସାହି ଓ ଚରିଆବାଡ଼ ରାସ୍ତାରେ ଧସି ପଡ଼ିଥିବା ମାଟି ଅତଡ଼ା ସଫା ହୋଇନଥିବାରୁ ଆଜି ମଧ୍ୟ ଯା’ଆସ ସମ୍ପୂର୍ଣ୍ଣ ଠପ୍‌ ରହିଛି। ଦକ୍ଷିଣାଞ୍ଚଳ ଆର୍‌ଡିସି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସେହିପରି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକରେ ହୀନସ୍ତା କରିଛି ଲଗାଣ ବର୍ଷା। ରାମଗିରି-ବଡ଼ଗାଁ ଘାଟି ରାସ୍ତା ପାହାଡ଼ ଧସି ରାସ୍ତ ଉପରେ ବଡ଼ ବଡ଼ ପଥର ପଡିଛି। ଅନଗା ପଞ୍ଚୟତର ୬ଖଣ୍ଡ ଗାଁ ସମେତ ଗଂଜାମ ଜିଲ୍ଲାର ବହୁ ଗାଁକୁ ଯୋଗାଯୋଗ ବିଛିନ୍ନ ରହିଛି। ପ୍ରଶାସନ ନପହଞ୍ଚିବାରୁ ଗାଁ ଲୋକେ ନିଜେ ରାସ୍ତା ସଫା କାମ ଆରମ୍ଭ କରି ଦେଇଛନ୍ତି।

ତେବେ ଦକ୍ଷିଣ ଭାରତୀୟ ରାଜ୍ୟ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ କିନ୍ତୁ ଗତକାଲି ସୃଷ୍ଟି ହୋଇଥିଲା ହାହାକାର ସ୍ଥିତି। ଛାତିଥରା ଜଳ ତାଣ୍ଡବରେ ଥରହର ହୋଇଥିଲା ସାରା ସହର। ଗୋଟିଏ ପଟେ ଆକାଶରୁ ଭୟଙ୍କର ବଦଲଫଟା ବର୍ଷା ଖସୁଥିଲା ତ ତଳେ ପ୍ରଳୟ ରଚିଥିଲା ଆକସ୍ମିକ ବନ୍ୟା। ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ହାଇଦ୍ରାବାଦରେ ରେକର୍ଡ ପରିମାଣର ୧୯୨ ମିଲିମିଟର ବର୍ଷା ହୋଇଛି। ଯାହାକି ୧୯୦୩ ମସିହାର ୧୧୭ ମିଲିମିଟର ବର୍ଷାର ରେକର୍ଡକୁ ବହୁ ପଛରେ ପକାଇଛି।

Related story