ରାତିରେ ବର୍ଷିବ: ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାତିରେ ପ୍ରବଳ ବର୍ଷା ହେବ। ବଜ୍ରପାତ ହେବା ସହ ପବନ ମଧ୍ୟ ବୋହିବ। ଏଥିସାଇଁ ୧୨ଟି ଜିଲ୍ଲାପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ତେଣୁ ବେଳ ଥାଉ ଥାଉ ଘରକୁ ଫେରିଆସିବା ପାଇଁ ପରାମର୍ଶ ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୋଳ ଓ ଢ଼େଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। […]

rain

Rakesh Mallick
  • Published: Wednesday, 30 May 2018
  • , Updated: 30 May 2018, 10:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାତିରେ ପ୍ରବଳ ବର୍ଷା ହେବ। ବଜ୍ରପାତ ହେବା ସହ ପବନ ମଧ୍ୟ ବୋହିବ। ଏଥିସାଇଁ ୧୨ଟି ଜିଲ୍ଲାପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ତେଣୁ ବେଳ ଥାଉ ଥାଉ ଘରକୁ ଫେରିଆସିବା ପାଇଁ ପରାମର୍ଶ ଦିଆଯାଇଛି।

କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୋଳ ଓ ଢ଼େଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ମାରିବା ସହିତ ପବନ ବୋହିବ। ବର୍ଷା ସମୟରେ ୫୦ରୁ ୬୦ କିମି ବେଗରେ ପବନ ବୋହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ତେଣୁ ରାତିରେ ଘରକୁ ଫେରିବାକୁ ଥିଲେ ଶୀଘ୍ର ଫେରିବାକୁ ସତର୍କ କରାଯାଇଛି।

Related story