ଆଜି ବର୍ଷୁଛି, କାଲି ଛେଚିବ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ୍‌ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବ। ସେଥିପାଇଁ ଆଜି ୯ ଜିଲ୍ଲାକୁ ରେଡ୍‌, ୧୧ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ୯ ଜିଲ୍ଲାକୁ ପାଣିପାଗ ବିଭାଗର ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲା ଗୁଡିକ ହେଲା- ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, […]

rain4

Manoranjan Sial
  • Published: Tuesday, 25 August 2020
  • , Updated: 25 August 2020, 04:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ୍‌ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବ। ସେଥିପାଇଁ ଆଜି ୯ ଜିଲ୍ଲାକୁ ରେଡ୍‌, ୧୧ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆସନ୍ତାକାଲି ୯ ଜିଲ୍ଲାକୁ ପାଣିପାଗ ବିଭାଗର ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲା ଗୁଡିକ ହେଲା- ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼। ୨୭ ତାରିଖ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଲଘୁଚାପ ପ୍ରଭାବରେ ଆଜି ସମଗ୍ର ଓଡ଼ିଶାରେ ବର୍ଷା ହୋଇଛି। ମଝିରେ ମଝିରେ ଘଡ଼ଘଡ଼ି ମଧ୍ୟ ମାରିଛି। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।

Related story