ରାତିରେ ପ୍ରବଳ ବର୍ଷିବ, ଘଡ଼ଘଡ଼ି ମାରିବ: ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ପ୍ରବଳ ବର୍ଷା ହେବ। ପବନ ବୋହିବା ସହିତ ବଜ୍ରପାତ ବି ହେବ। ଏଥିପାଇଁ ୧୧ ଜିଲ୍ଲାକୁ ରାତି ସାଢ଼େ ୮ଟା ଯାଏଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼, ପୁରୀ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରେ ଝଡ଼ତୋଫାନ ସହ କୁଆପଥର ମାଡ଼ ହେବ। ଏହି ସମୟରେ ପବନର ବେଗ […]

Norwester-Rain

Rakesh Mallick
  • Published: Monday, 11 June 2018
  • , Updated: 11 June 2018, 05:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ପ୍ରବଳ ବର୍ଷା ହେବ। ପବନ ବୋହିବା ସହିତ ବଜ୍ରପାତ ବି ହେବ। ଏଥିପାଇଁ ୧୧ ଜିଲ୍ଲାକୁ ରାତି ସାଢ଼େ ୮ଟା ଯାଏଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ।

କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼, ପୁରୀ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରେ ଝଡ଼ତୋଫାନ ସହ କୁଆପଥର ମାଡ଼ ହେବ। ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ବହିବ। ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟ ଭିତରେ ଆପଣ ଘରକୁ ଫେରୁଥିଲେ ସତର୍କତା ଅବଲମ୍ୱନ କରନ୍ତୁ ବୋଲି କୁହାଯାଇଛି।

 

 

 

 

Related story