ଆଜି କେଉଁଠି କେତେ ବର୍ଷା ହୋଇଛି? ପଢ଼ନ୍ତୁ ପୂରା ରିପୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତମପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ଗତି କରିବ। ଏହା ସହିତ ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଉମାଶଙ୍କର କହିଛନ୍ତି, ଗତ […]

rain1

Ranjit Kumar Jena
  • Published: Monday, 13 September 2021
  • , Updated: 13 September 2021, 05:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତମପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ଗତି କରିବ। ଏହା ସହିତ ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ଉମାଶଙ୍କର କହିଛନ୍ତି, ଗତ ୨୪ ଘଣ୍ଟା ଭିତରେ ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗରେ ୫୩୦ ମିମି. ବର୍ଷା ରେକର୍ଡ କରାଯାଇଥିବା ବେଳେ କାକଟପୁରରେ ୫୨୫ ମିମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୪୪୦ ମିମି., କଟକ କଣ୍ଟାପଡ଼ାରେ ୩୮୧ ମିମି ଓ ନିଆଳିରେ ୩୭୦ ମିମି. ଓ ଜଗତସିଂହପୁରର ଆଳିପିଙ୍ଗଳରେ ୩୬୪ ମି.ମି ବର୍ଷା ରେକର୍ଡ କରାଯାଇଛି।

ପୁରୀ ଜିଲ୍ଲାରେ ୩୪୨.୫ ମିମି. ବର୍ଷା, ପୁରୀର ଗୋପରେ ୩୩୧ ମିମି. ସତ୍ୟବାଦୀରେ ୩୨୮ ମିମି., ଜଗତସିଂହପୁରର ରଘୁନାଥପୁରରେ ୩୨୩ ମିମି. ନିମାପଡ଼ାରେ ୩୦୦.୬ ମିମି. ଏବଂ ଖୋର୍ଦ୍ଧା ବାଲିପାଟଣାରେ ୨୮୦.୫ ମିମି. ବର୍ଷା ରେକର୍ଡ କରାଯାଇଥିବା ଉମାଶଙ୍କର ଦାସ କହିଛନ୍ତି।

ସେହିପରି ଆଜି ରାଜ୍ୟର ୨୦ଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ମୋଟ ୫୭ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି, ଯାହା ବିଗତ ପାଞ୍ଚ ବର୍ଷରେ ଗୋଟିଏ ଦିନରେ ଏତେ ବର୍ଷା ରେକର୍ଡ ହୋଇନି।

ସୂଚନାଯୋଗ୍ୟ, ଆସନ୍ତା ୨୪ ଘଣ୍ଟାରେ ସମ୍ବଲପୁର, ଦେବଗଡ଼, ଅନୁଗୋଳ, ସୋନପୁର ଓ ବରଗଡ଼ ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ (୧୨ରୁ୨୦ ସେମି) ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହି ସବୁ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଅତି ଭୀଷଣ (୨୦ ସେମି ପାଖାପାଖି) ବର୍ଷା ହୋଇପାରେ। ସେଥିପାଇଁ ଏହି ୫ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସେହିପରି ଆସନ୍ତା ୨୪ ଘଣ୍ଟାରେ ୧୦ଟି ଜିଲ୍ଲା- ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଓ କଟକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

Related story