ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ: ଏହି ୧୧ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଝଡ଼ତୋଫାନ ସହ ପ୍ରବଳ ବର୍ଷା ହେବ। ଘଡଘଡ଼ି ବି ମାରିବ। ସେଥିପାଇଁ ୧୧ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ବଜ୍ରପାତ ହେବା ସହିତ […]

Rain-

Rakesh Mallick
  • Published: Wednesday, 25 July 2018
  • , Updated: 25 July 2018, 04:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଝଡ଼ତୋଫାନ ସହ ପ୍ରବଳ ବର୍ଷା ହେବ। ଘଡଘଡ଼ି ବି ମାରିବ। ସେଥିପାଇଁ ୧୧ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଆଜି ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ବଜ୍ରପାତ ହେବା ସହିତ ପ୍ରବଳ ବେଗରେ ପବନ ବହିବ। ତେଣୁ ଏହି ସମୟରେ ଘରୁ ନ ବାହାରିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ସୂଚନାରୁ ପ୍ରକାଶ, କିଛିଦିନ ତଳେ ରାଜ୍ୟରେ ଲଗାଣ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଥିଲା। ନଦୀବନ୍ଧ ଭାଙ୍ଗି ଘରେ ପାଣି ପଶିଥିଲା। ଏଥିରେ ବେଶୀ ଅସୁବିଧାରେ ପଡ଼ିଥିଲେ ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱର ବାସୀ। କଟକ କଥା ଛାଡ଼ନ୍ତୁ, ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା। ଘରେ ପଶିଥିଲା ନର୍ଦ୍ଦମା ପାଣି। ପାୱାର ବୋଟ୍‌ରେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏପରିକି ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିଲା। ବନ୍ୟାରେ ବେଶୀ ପ୍ରଭାବିତ ହୋଇଥିଲେ ଚାଷୀ। ପରିବା ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଛି। ତଳି ମଧ୍ୟ ନଷ୍ଟ ହୋଇଯାଇଛି। ତେଣୁ ଆଜିର ବର୍ଷା ଲୋକଙ୍କୁ ଚିନ୍ତାରେ ପକାଇଛି।

Related story