ଆସନ୍ତା ୨ ଦିନ ଲାଗି ରହିବ କାଳବୈଶାଖୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ ଘଣ୍ଟା ଭିତରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଅନୁଭୂତ ହେବ। ଆସନ୍ତାକାଲି ଏହାର ପ୍ରଭାବ ସାମାନ୍ୟ ଅଧିକ ହେବ। ଏହି ସମୟରେ ମଧ୍ୟମ ଧରଣର ବର୍ଷା, ପବନ ସାଙ୍ଗକୁ ବିଜୁଳି ଦେଖିବାକୁ ମିଳିବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକରେ କାଳବୈଶାଖୀର ପ୍ରଭାବ ଦେଖିବାକୁ […]

Weather-Forecast

Weather-Forecast

Niranjan Mishra
  • Published: Monday, 23 May 2022
  • , Updated: 23 May 2022, 08:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ ଘଣ୍ଟା ଭିତରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଅନୁଭୂତ ହେବ। ଆସନ୍ତାକାଲି ଏହାର ପ୍ରଭାବ ସାମାନ୍ୟ ଅଧିକ ହେବ। ଏହି ସମୟରେ ମଧ୍ୟମ ଧରଣର ବର୍ଷା, ପବନ ସାଙ୍ଗକୁ ବିଜୁଳି ଦେଖିବାକୁ ମିଳିବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଆସନ୍ତାକାଲି ଏହାର ପ୍ରଭାବ ଅଧିକ ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ବର୍ଷା, ପବନ ହେବ। ଯାହା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଜିଲ୍ଲା ରହିଛି। କିଛି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ୪୦ରୁ ୫୦ କିଲୋମିଟର ପବନ ଅନୁଭୂତ ହେବ। ଯାହାର ପ୍ରଭାବ ୨୬ ତାରିଖ ପର୍ଯ୍ୟନ୍ତ ପଡ଼ିବ।

ଏହା ପରଦିନ ଠାରୁ ବର୍ଷା, ପବନ କମିବ।  ସମୁଦ୍ର ପାର୍ଶ୍ୱରୁ ଲଗାଦାର ସ୍ଥଳ ଭାଗକୁ ପବନ ବୋହୁଥିବାରୁ ଏହାର ପ୍ରଭାବରେ ବିଜୁଳି ସହ କାଳବୈଶାଖୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି।

Related story