ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରର କାକିନାଡ଼ା ଅତିକ୍ରମ କଲା ତୀବ୍ର ଅବପାତ। ଆଜି ସକାଳ ୬ଟା ୩୦ରୁ ସକାଳ ୭ ଟା ୩୦ ମଧ୍ୟରେ ତୀବ୍ର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ଏହି ସମୟରେ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିଥିଲା । ବେଳେ ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ରହିଥିଲା ।
ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ରାୟଗଡ଼ା, କଳାହାଣ୍ଡି, ଗଂଜାମ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେଉଛି । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।
। ଦ୍ୱିପ୍ରହର ସୁଦ୍ଧା ଗଭୀର ଅବପାତର ପ୍ରଭାବ କମିଯିବ । ଫଳରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ତୀବ୍ର ଅବପାତ ପ୍ରଭାବରେ ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଗଜପତିର ୪ଟି ବ୍ଲକରୁ ୫୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ପାହାଡ଼ ଉପରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତ୍ୱରିତ ପଦକ୍ଷେପ ନେଇଛି ବ୍ଲକ ପ୍ରଶାସନ।