କମ୍ପୁଛି ତିର୍ତ୍ତୋଲ, ବାଲେଶ୍ୱର; ମୈଦାନରେ ହେଭିୱେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ୱର ୩ ତାରିଖରେ ହେବ ତିର୍ତ୍ତୋଲ ଓ ବାଲେଶ୍ୱର ସଦ  ଉପନିର୍ବାଚନ। ମଝିରେ ଆଉ ୩ ଦିନ ବାକି ରହିଛି। ସେଥିପାଇଁ ପ୍ରଚାରରେ ମାତିଛନ୍ତି ସବୁ ଦଳର ହେଭିୱେଟ। ନିଜ ସପକ୍ଷରେ ଭୋଟରଙ୍କୁ ନେବା ପାଇଁ ହାଇଭୋଲଟେଜ୍‌ କ୍ୟାମ୍ପେନିଂ ଚାଲିଛି। ତିର୍ତ୍ତୋଲରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିବା ବେଳେ ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଆସିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ […]

bjp

Manoranjan Sial
  • Published: Friday, 30 October 2020
  • , Updated: 30 October 2020, 08:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ୱର ୩ ତାରିଖରେ ହେବ ତିର୍ତ୍ତୋଲ ଓ ବାଲେଶ୍ୱର ସଦ  ଉପନିର୍ବାଚନ। ମଝିରେ ଆଉ ୩ ଦିନ ବାକି ରହିଛି। ସେଥିପାଇଁ ପ୍ରଚାରରେ ମାତିଛନ୍ତି ସବୁ ଦଳର ହେଭିୱେଟ। ନିଜ ସପକ୍ଷରେ ଭୋଟରଙ୍କୁ ନେବା ପାଇଁ ହାଇଭୋଲଟେଜ୍‌ କ୍ୟାମ୍ପେନିଂ ଚାଲିଛି। ତିର୍ତ୍ତୋଲରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିବା ବେଳେ ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଆସିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ। ସେହିଭଳି ବିଜେଡିର ଅଧିକାଂଶ ମନ୍ତ୍ରୀ, ବିଧାୟକ ଗ୍ରାଉଣ୍ଡରେ ରହି ଦଳୀୟ ପ୍ରାର୍ଥୀଙ୍କୁ ବଳ ଦେଉଛନ୍ତି।

ଉପନିର୍ବାଚନ ପାଇଁ କମ୍ପୁଛି ତିର୍ତ୍ତୋଲ। ଛାମୁଆ ନେତାମାନେ ସେଠାରେ ଜୋରଦାର ପ୍ରଚାର କରୁଛନ୍ତି। ଆଜି ବିଶାଳ ରୋଡ୍‌ ସୋ’ରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ରାଲି ତିର୍ତ୍ତୋଲରୁ ଆରମ୍ଭ ହୋଇ ବିରିଡ଼ି ଦେଇ ରଘୁନାଥପୁରରେ ଶେଷ ହୋଇଥିଲା। ଏଠି ପ୍ରଚାରରେ ବିଜେଡି ଶିବିରରେ ସାମିଲ ହୋଇଥିଲେ ସାଂସଦ ରାଜଶ୍ରୀ ମଲ୍ଲିକ, ବରିଷ୍ଠ ନେତା ଅତନୁ ସବ୍ୟସାଚୀ ଓ ବିଧାୟକ ପ୍ରଶାନ୍ତ ମୁଦୁଲି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନିଂ କରିଥିଲେ ବରିଷ୍ଠ ବିଧାୟକ ସୁର ରାଉତରାୟ ଓ ସ୍ଥାନୀୟ ନେତା ବାପି ସର୍ଖେଲ।

ଅନ୍ତିମ ପର୍ଯ୍ୟାୟରେ ବାଲେଶ୍ୱରରେ ମଧ୍ୟ ବେଶ ଜମିଥିଲା ପ୍ରଚାର। ଏଠି ବିଜେପିର ମଙ୍ଗ ଧରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅଶୈନୀ ବୈଷ୍ଣବ ଓ ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ୍। ସେହିଭଳି ବିଜେଡି ପାଇଁ ଘର ଘର ବୁଲି ପ୍ରଚାର କରିଥିଲେ ମନ୍ତ୍ରୀ  ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ଦାଶ, ଦେବୀ ମିଶ୍ରଙ୍କ ସହ ପ୍ରସନ୍ନ ପାଟଶାଣୀ ଓ ଆକାଶ ଦାସ ନାୟକ।

ତେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ବାନାର୍ଜୀଙ୍କୁ ପାଇ ଉତ୍ସାହିତ ଥିଲେ କଂଗ୍ରେସ ନେତା ଓ କର୍ମୀ। ବାଲେଶ୍ୱର ସାର୍ଥାରେ ରୋଡ୍‌ ସୋ କରିଥିଲେ ଅଭିଜିତ୍। ସେହିଭଳି ଦଳୀୟ ପ୍ରାର୍ଥୀଙ୍କୁ ଧରି ଗାଁ ଗାଁ ବୁଲିଥିଲେ ତାରା ବାହିନୀପତି।

ବାଲେଶ୍ୱର ସଦର ଉପନିର୍ବାଚନ ମୈଦାନରେ ଲଢେଇ କରୁଥିବା ବୟୋଜ୍ୟେଷ୍ଠ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ କ୍ୟାମ୍ପେନର ବି କିଛି ଉଣାନଥିଲା। କଳ ବଳ ନଥିଲେ ବି ସ୍ଥାନୟୀ କିନ୍ନର ଗୋଷ୍ଠୀ ବେଣୁ ମଉସାଙ୍କୁ ସାଙ୍ଗରେ ଧରି ବାଲେଶ୍ୱର ସହରରେ ତାଙ୍କ ପାଇଁ ଭୋଟ୍‌ ମାଗିଥିଲେ।

Related story