କୋଭିଡ୍‌ ହସ୍ପିଟାଲ୍‌ରେ ରୋଗୀଙ୍କୁ ଦେଖିପାରିବେ ସମ୍ପର୍କୀୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ ହସ୍ପିଟାଲରେ ରହିବ ସିସିଟିଭିର ବ୍ୟବସ୍ଥା। ସଂପର୍କୀୟମାନେ ଚାହିଁଲେ ସିଧାସଳଖ କରୋନା ରୋଗୀଙ୍କୁ ଦେଖି ପାରିବେ। ସିସିଟିଭି ପାଇଁ ସ୍ୱତନ୍ତ୍ର କନ୍‌ଫରେନ୍ସ ହଲ୍‌ର ବ୍ୟବସ୍ଥା ହେବ। ହେଲ୍‌ପ ଡେସ୍କରେ ମଧ୍ୟ ରହିବ ସୋଶାଲ୍‌ ମିଡିଆର ବ୍ୟବସ୍ଥା। ସଂପର୍କୀୟ ଚାହିଁଲେ ରୋଗୀଙ୍କ ଫଟୋଚିତ୍ର ଦେଖିବା ସହ କଥା ହୋଇପାରିବେ। ପ୍ରତିଦିନ ରୋଗୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସଂପର୍କୀୟଙ୍କୁ ଅପ୍‌ଡେଟ୍‌ କରାଯିବ। SMS କିମ୍ବା ସୋଶାଲ୍‌ ମିଡିଆ ସାହଯ୍ୟରେ କରାଯିବ ଅପ୍‌ଡେଟ୍‌। ୨୪ ଘଣ୍ଟା ଖୋଲା ରହିବ ହେଲ୍‌ପ […]

Help Desk

Manoranjan Sial
  • Published: Sunday, 16 May 2021
  • , Updated: 16 May 2021, 10:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ ହସ୍ପିଟାଲରେ ରହିବ ସିସିଟିଭିର ବ୍ୟବସ୍ଥା। ସଂପର୍କୀୟମାନେ ଚାହିଁଲେ ସିଧାସଳଖ କରୋନା ରୋଗୀଙ୍କୁ ଦେଖି ପାରିବେ। ସିସିଟିଭି ପାଇଁ ସ୍ୱତନ୍ତ୍ର କନ୍‌ଫରେନ୍ସ ହଲ୍‌ର ବ୍ୟବସ୍ଥା ହେବ। ହେଲ୍‌ପ ଡେସ୍କରେ ମଧ୍ୟ ରହିବ ସୋଶାଲ୍‌ ମିଡିଆର ବ୍ୟବସ୍ଥା। ସଂପର୍କୀୟ ଚାହିଁଲେ ରୋଗୀଙ୍କ ଫଟୋଚିତ୍ର ଦେଖିବା ସହ କଥା ହୋଇପାରିବେ। ପ୍ରତିଦିନ ରୋଗୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସଂପର୍କୀୟଙ୍କୁ ଅପ୍‌ଡେଟ୍‌ କରାଯିବ। SMS କିମ୍ବା ସୋଶାଲ୍‌ ମିଡିଆ ସାହଯ୍ୟରେ କରାଯିବ ଅପ୍‌ଡେଟ୍‌।

୨୪ ଘଣ୍ଟା ଖୋଲା ରହିବ ହେଲ୍‌ପ ଡେସ୍କ

ସେପଟେ ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ କରିଛନ୍ତି ସରକାର। ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ରହିବ ହେଲ୍‌ପ ଡେସ୍କ। ହେଲ୍‌ପ ଡେସ୍କ ଗୁଡ଼ିକ ସପ୍ତାହ ସାରା ୨୪ ଘଣ୍ଟା କାର୍ଯ୍ୟ କରିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ସବୁ ହେଲପ୍‌ ଡେସ୍କରେ ରହିବ ଟୋଲ୍‌ ଫ୍ରି ନମ୍ବର ଟେଲିଫୋନ। ହେଲ୍‌ ଡେସ୍କର ସୁପରିଚାଳନା ପାଇଁ ସ୍ୱେଚ୍ଛାସେବୀଙ୍କ ସହାୟତା ନିଆଯିବ।

କରୋନା ଆକ୍ରାନ୍ତ ସଂପର୍କୀୟ ଅସନ୍ତୁଷ୍ଟ ହେଲେ କାର୍ଯ୍ୟାନୁଷ୍ଠାନ

କୋଭିଡ୍‌ ହସ୍ପିଟାଲ୍‌ମାନେ ଖୋଲିବେ ହେଲ୍‌ପ ଡେସ୍କ। ସଂପର୍କୀୟ ଅସନ୍ତୋଷ ହେଲେ ହେବ କାର୍ଯ୍ୟାନୁଷ୍ଠାନ। ରୋଗୀ ସଂପର୍କୀୟ କୌଣସି ଅଭିଯୋଗ କଲେ ହେବ କାର୍ଯ୍ୟାନୁଷ୍ଠାନ। ସଂପୃକ୍ତ ହସ୍ପିଟାଲ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଦରକାର ପଡ଼ିଲେ ସଂପୃକ୍ତ ହସ୍ପିଟାଲର ପ୍ରାପ୍ୟ ଅର୍ଥ ରାଶିକୁ ଅଟକାଯିବ। ଏ ସଂପର୍କିତ ଅଭିଯୋଗର ବିଚାର କରିବ ବୈଷୟିକ କମିଟି।

ସୂଚନାରୁ ପ୍ରକାଶ, କରୋନାରେ ଆକ୍ରାନ୍ତଙ୍କୁ ପରିବାର ଲୋକେ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି। ଏହା ପରଠାରୁ ପରିବାର ଲୋକ ତାଙ୍କ ସହିତ ଯୋଗାଯୋଗ କରିପାରୁ ନାହାନ୍ତି। ଅନେକ ସମୟରେ ପରିବାର ଲୋକେ ଦେଖାକରିବାକୁ ଆସି ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କଠାରୁ ନାନା ଗଞ୍ଜାଣା ପାଉଛନ୍ତି। ଏବେ ଏଥିରୁ ଆଶ୍ୱସ୍ତି ମିଳିଛି। ସମ୍ପର୍କୀୟମାନେ ଚାହିଁରେ ଦେଖିବା ସହିତ କଥା ହୋଇପାରିବେ।

 

 

 

Related story